pakka

ମହିଳା ଛତୁ ଚାଷ ତାଲିମାର୍ଥୀଙ୍କ କ୍ଷେତ୍ର ପରିଦର୍ଶନ

bbehera

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଲିଥିବା ତିନି ଦିନିଆ ମହିଳା ଛତୁ ଚାଷୀଙ୍କ ପ୍ରଶିକ୍ଷଣ ଶିବିରର ଆଜି ଦ୍ୱିତୀୟ ଦିନରେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରାର୍ଥୀମାନେ ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିକଟସ୍ଥ ବିଜେପୁର ପଂଚାୟତର ଗୋଖୁରୁଙ୍ଗ ଗ୍ରାମକୁ ଯାଇଥିଲେ । ସେଠାରେ ହେଉଥିବା ଛତୁ ଚାଷ ଦେଖିବା ସହ କିପରି ଭାବରେ ଚାଷ ହେଉଛି ଓ ତାର ବଜାର ପ୍ରକ୍ରିୟା କଣ ରହିଛି ସେ ସମ୍ପର୍କରେ ସେଠାକାର ଚାଷୀଙ୍କ ଠାରୁ ବୁଝିଥିଲେ । ସହକାରୀ ଉଦ୍ୟାନ ଅଧିକାରୀ ଚିତ୍ତ ରଞ୍ଜନ ମଲ୍ଲିକ, ଉଦ୍ୟାନ ଓଭରସିଅର ପୂର୍ଣଚନ୍ଦ୍ର ମେହେର, ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଟୁକୁନୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏଥିରେ ୩୮ ଜଣ ତାଲିମାର୍ଥୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

fifteen − 3 =