pakka

ମଶା ଧୂଆଁରୁ ଅଗ୍ନିକାଣ୍ଡ : ଗୁହାଳ ଘର ସହ ତିନି ଗାଈ ଜୀବନ୍ତ ଦଗ୍ଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁଆଲିପଡା ପଞ୍ଚାୟତ ଅନ୍ତର୍ଗତ ମାଛପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଦୁଃଖଦ ଘଟଣା ଘଟିଛି । ସେହି ଗ୍ରାମର ହାଲୁ ଜେନା ତାଙ୍କ ଗୁହାଳ ଘରେ ଗୋରୁଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଧୂଆଁ ଦେଇଥିଲେ । ସେଥିରୁ କୌଣସି ପ୍ରକାରେ ଅଗ୍ନିକାଣ୍ଡ ଘଟି ବିଳମ୍ବିତ ରାତି ଗୋଟେରେ ତାଙ୍କର ଗୁହାଳ ଘର ସହ ତିନୋଟି ଗାଈ ସମ୍ପୂର୍ଣ୍ଣ ଜଳିଯାଇଛନ୍ତି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ଦମକଳ ବାହିନୀ ଆସିବା ପୂର୍ବରୁ ତାହା ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Leave A Reply

Your email address will not be published.

sixteen − eleven =