pakka

ଜିଲ୍ଲା ପରିବହନ ବିଭାଗର ତାଲିମ ଶିବିର ଅନୁଷ୍ଠିତ

kalikesh

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୀରନରସିଂହପୁର ଉଚ୍ଚ ବିଦ୍ୟାଳୟରେ ରକ୍ଷକ ପ୍ରକଳ୍ପର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତି ବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ ୫୦ ପ୍ରତିଶତ ମୃତ୍ୟୁ ହ୍ରାସ ପାଇବା ସମ୍ଭାବନା ରହିଛି । ଏଥି ନିମନ୍ତେ ଫାଷ୍ଟ ରେସପଣ୍ଡର(ସ୍ୱେଚ୍ଛାସେବୀ)ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତୀ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତି ନିମନ୍ତେ ସହାୟତା କରିବା ପାଇଁ ଉପସ୍ଥିତ ଫାଷ୍ଟ ରେସପଣ୍ଡର ମାନଙ୍କୁ ତାଲିମ ପ୍ରଦାନ ନିହାତି ଆବଶ୍ୟକ ଅଟେ । ଏମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଗୁଡ ସମାରି ଟାନକାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତା ପାର୍ଶ୍ଵରେ ଥିବା ଢାବା ଗ୍ୟାରେଜ, ଚା ଓ ପାନ ଦୋକାନରେ କାର୍ଯ୍ୟରତ ଏବଂ ସେବା ମନୋବୃତି ଥିବା ବ୍ୟକ୍ତିଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଙ୍କୁର ଶର୍ମା, ଦିଲ୍ଲିପ ପ୍ରଧାନ ସଂଯୋଜକ ନୂଆ ଦିଲ୍ଲୀ, ପର୍ୟ୍ୟବେକ୍ଷକ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ, ଅମରେଶ ପାତ୍ର, ଏମ୍ଭିଆଇ ପ୍ରମୋଦ କୁମାର ସିଂହ, ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଶିକ୍ଷକ ଭାବର ମାଷ୍ଟର ଟ୍ରେନର ମାନସ ରଞ୍ଜନ ଧଳ, ନବ କିଶୋର ଦୀପ, ଶ୍ରୀଯୁକ୍ତ ଯୋଶୀ, ସଦାଶିବ ଜେନା ପ୍ରମୁଖ ତାଲିମ ପ୍ରଦାନ କରି ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

pp
Leave A Reply

Your email address will not be published.

one × one =