
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର ଗୌଡ ପରିଦର୍ଶନରେ ଆସିଥିବା ଖବର ପାଇ ବଲାଙ୍ଗିର ନାଗରିକ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ଗୌଡଙ୍କୁ ସାକ୍ଷାତ କରି ମହିଳା ମହାବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ବିଶେଷକରି ଖାଲିପଡିଥିବା ଅଧ୍ୟାପିକା ପଦ ପୂରଣ ତଥା ଉଭୟ କଳା ଓ ବିଜ୍ଞାନରେ ପି.ଜି. କୋର୍ସ ଖୋଳିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆଲୋଚନା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ଓଝା ଉପସ୍ଥିତ ଥିଲେ । ନାଗରିକ କମିଟି ତରଫରୁ ସଭାପତି ଡ. ଶ୍ରୀକର ମିଶ୍ର ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ତଥା ସଦସ୍ୟ ଲୋକନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।