
ୟୁଜିସି ଆଇନ ବିରୁଦ୍ଧରେ ବଲାଙ୍ଗିର ବ୍ରାହ୍ମଣ ସମାଜ ସହର ପରିକ୍ରମା କରି ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ନିକଟ ଅତୀତରେ ୟୁଜିସି ଯେଉଁ ଆଇନ କରିଛି ତାହା ସମ୍ବିଧାନର ଧାରା-୧୪ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସଙ୍ଗେସଙ୍ଗେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ପରିବେଶରେ ବାଧା ସୃଷ୍ଟି କରୁଛି ଏବଂ ସାମାଜିକ ସ୍ତରରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଉକ୍ତ ୟୁଜିସି ଆଇନକୁ ରଦ୍ଧ କରି ସମସ୍ତଙ୍କୁ ସମାନ ନ୍ୟାୟ ଦେବାପାଇଁ ଆଜି ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଆବାହକତ୍ୱରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ କଳାମଣ୍ଡଳ ପଡିଆରୁ ଏକ ବିରାଟ ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ପହଞ୍ଚି ୟୁଜିସି ଆଇନକୁ ବନ୍ଦ କରିବାପାଇଁ ସ୍ଲୋଗାନ ଦେବା ସମୟରେ ଗମନାଗମନରେ କିଛି ସମୟପାଇଁ ବାଧା ସୃଷ୍ଟି ହୋଇଥିଲା । ଦାବୀପତ୍ର ଗ୍ରହଣ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଆନ୍ଦୋଳନକାରୀଙ୍କ ପାଖକୁ ଆସି ଆଲୋଚନା କରିଥିଲେ ଏବଂ ଦାବୀପତ୍ରଟିକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯିବ ବୋଲି କହିଥିଲେ । ଏହି ଅନ୍ଦୋଳନରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ର, ଅନ୍ୟତମ ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର ଓ ସହ-ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ତଥା ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି, ଡ. ଦୈତାରୀ ପୂଝାରୀ, ପ୍ରଭାକର ମିଶ୍ର, ଗୋପବନ୍ଧୁ ପୁରୋହିତ, କପିଳେଶ୍ୱର ଖମାରୀ, ଦିବାକର ହୋତା, ପ୍ରଭୁଦତ୍ତ ଶତପଥି, ଯୁଗଳ କିଶୋର ମହାପାତ୍ର, ବୁଲୁ ମିଶ୍ର, ସୁବାଷ ଦାଶ, ଭଜରାମ ମିଶ୍ର, ରବିଚନ୍ଦ୍ର ଉଦ୍ଗାତା, ବିନୋଦ ବିହାରୀ ପାଣିଗ୍ରାହୀ, ଶୁଧାଂଶୁ ଶେଖର ବାବୁ, ଶ୍ରୀବତ୍ସ ମିଶ୍ର, ବିପିନ ବିହାରୀ ପୁରୋହିତ, ଶରତ ନନ୍ଦ, ସଂଗ୍ରାମ କେଶରୀ ତ୍ରିପାଠୀ, ଶାନ୍ତନୁ ମିଶ୍ର, ବିନୟ ମିଶ୍ର , ଡ. ପରମେଶ୍ୱର ମିଶ୍ର ଆଦି ଶତାଧିକ ବ୍ରାହ୍ମଣ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ ।