pakka

ବଲାଙ୍ଗିରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳିତ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ମାସ ପାଳନ ଅବସରରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ ରଥର ଉଦ୍‌ଘାଟନୀ ଉତ୍ସବରେ ମନୋଜ ସତ୍ୟବାନ ମହାଜନ ଉପଜିଲ୍ଲାପାଳ, ଟିଟିଲାଗଡ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତି, ବଲାଙ୍ଗିରର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡ. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦିକିଶୋର ଷାଣ୍ଢ, ସୁନିତା ତ୍ରିପାଠୀ, ଡି.ଏସ୍‌.ଡବ୍ଲୁ.ଓ ଶାନ୍ତିଲାଲ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କିତ ପ୍ରଣାଳୀ, ବ୍ୟବସ୍ଥା ଉପରେ ଏକ କର୍ମଶାଳା ତଥା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଇନ୍‌ସିଦ୍ଧ ଭାବେ ପୋଷ୍ୟ ସନ୍ତାନ ଗ୍ରହଣର ବ୍ୟବସ୍ଥାକୁ ଜନମାନସରେ ପ୍ରଚାର ପ୍ରସାର କରିବା ସହ ଏହାର ଭଲଦିଗ ସବୁକୁ ତାଙ୍କଠାରେ ପହଞ୍ଚାଇ ପାରିଲେ ଆମର ଉଦ୍ଦେଶ୍ୟ ସଫଳ ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ପଟେଲ, ଡି.ଏସ୍‌.ଡବ୍ଲୁ.ଓ ଶାନ୍ତିଲାଲ ଦୀପ, ଡିଏସଏସ୍‌ଓ ନବକୃଷ୍ଣ ସାହୁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ପୋଷ୍ୟ ସନ୍ତାନ ଗ୍ରହଣର ଆବଶ୍ୟକତା, ଜିଲ୍ଲାର ସ୍ଥିତି, ଆଇନଗତ ବ୍ୟବସ୍ଥା ଓ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଆଲୋକପାତ କରିଥିଲେ । ଏହାପରେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭ରେ ପୋଷ୍ୟ ସନ୍ତାନ ଗ୍ରହଣର ନିୟମାବଳୀ, ବିଧି ବ୍ୟବସ୍ଥା ଉପରେ ଏକ ଖୋଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଯୋଗେଶ୍ୱର ମହାନ୍ତି, ସିଡବ୍ଲୁସି ଅଧ୍ୟକ୍ଷ, ଡିସିପିୟୁର ସୁଧାଂଶୁ ଶେଖର କୁମ୍ଭାର ପରିଚାଳନା କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କିଶୋର ନ୍ୟାୟ ପରିଷଦ, ଶିଶୁ ମଙ୍ଗଳ ସମିତିର ସଭ୍ୟ ସଭ୍ୟା, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ସ୍ୱୟଂସହାୟିକା ଦଳର ସଦସ୍ୟା, ଚାଇଲ୍ଡ ଲାଇନ, ସଖୀ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ସିଂ ଡି.ସି.ପି.ଓ ପରିଚାଳନା କରିଥିଲେ ଓ ସାମାଜିକ କର୍ମୀ ଅରୁଣ ଖୁଆସ ସହଯୋଗ କରିଥିଲେ । ଡିସିପିୟୁର ଏଲପିଓ ଦିଗମ୍ବର କର ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ପିଓ ଆଇ.ସି. ଚୁଡାମଣି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

pp
Leave A Reply

Your email address will not be published.

16 − 14 =