ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଆୟୁଷ୍ମାନ ଦାସଙ୍କ ହେଟ୍ରିକ ଉଇକେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଷଷ୍ଠ ଦିନରେ ନବକିଶୋର ଓ ଏଲ୍‌ଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇ ୩୦.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୨୭ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଗୁଣନିଧି କୁଦେଇ ସର୍ବାଧିକ ୩୮ ରନ୍‌ ଏବଂ ଅଞ୍ଜାନେୟ ପୁରୋହିତ ୧୯ ରନ୍‌ ସଂଗ୍ରହର କରିଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବେ ଆୟୁଷ୍ମାନ ଦାସ ହେଟ୍ରିକ୍‌ ଉଇକେଟ ସହ ୫ଟି ଉଇକେଟ ଓ ଆୟୁଷ ପାଣିଗ୍ରାହୀ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଯବାବରେ ନବକିଶୋର ଦଳ କୌଣସି ଉଇକେଟ ନହରାଇ ଆବଶ୍ୟକୀୟ ୧୨୮ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ତରଫରୁ ପୁରୁଷୋତ୍ତମ ପ୍ରଧାନ ଅପରାଜିତ ୬୭ ଓ ସୌରଭ କୁମାର ସାହୁ ଅପରାଜିତ ୫୫ ରନ୍‌ ସଂଗ୍ରହ କରିଥିଲେ । ୭ ଓଭରେ ୨୦ ଦେଇ ୫ ଉଇକେଟ ଅକ୍ତିଆର କରିଥିବାରୁ ଆଜିର ଶ୍ରେଷ୍ଠ ଖେଳାଳି ଭାବେ ଆୟୁଷ୍ମାନ ଦାସ ବିବେଚିତ ହୋଇଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ୍‌ ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

thirteen + 6 =