pakka

ସାମ୍ବାଦିକତାରେ ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଆଜି ସଂଧ୍ୟାରେ ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳାରେ ବରିଷ୍ଠ ବୈଜ୍ୟେଷ୍ଠ ଖବରଦାତା ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଜଣେ ଜିଲ୍ଲାର ବରିଷ୍ଠ ବୈଜ୍ୟେଷ୍ଠ ଏବଂ ସାମ୍ବାଦିକତାରେ ଭୀଷ୍ମ ପିତାମହ ଭାବେ ଜଣାଶୁଣା । ଜିଲ୍ଲାର ଶତପ୍ରତିଶତ ଖବରଦାତା ତାଙ୍କୁ ବବା ବୋଲି ସମ୍ବୋଧନ କରୁଥିଲେ ଏପରିକି ପ୍ରତ୍ୟେକ ଖବରଦାତାମାନଙ୍କ ଅତିପ୍ରିୟ ଭାବେ ପରିଚିତ । ସାମ୍ବାଦିକ ସଂଘ କଂଟାବାଂଜି ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ସ୍ୱର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ବେହେରା ଜଣେ ସାମ୍ବାଦିକତାରେ ମାଇଲଖୁଂଟ ଭାବେ ଅଂଚଳର ବିଭିନ୍ନ ସମସ୍ୟା ଅନାହାର, ଛୁଆବିକ୍ରି ଏବଂ ଦାଦନ ସମସ୍ୟା ଉପରେ ନିର୍ଭିକ ଖବର ପରିବେଷଣ କରି ନିଜକୁ ପରିଚିତ କରିପାରିଥିଲେ । ଏହି ଶୋକ ସଭାରେ ସଂଘର ଅନ୍ୟମାନଙ୍କ ମଧ୍ୟରେ ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, କୃତିକର ବାଗ, ମୋହନ ସୋନି, ହୁଲେଶ୍ୱର ହଂସ, ଶେଖ ସମିମ, କୈଲାଶ ସଗରିଆ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 2 =