pakka

ଠିକା କାମରେ ଦଳୀୟ କର୍ମୀଙ୍କୁ ନିଯୁକ୍ତି ନେଇ ଆଲୋଚନା : କାମ ଶେଷକୁ ଦୁଇ ମାସ ନ ହୋଇ ଭାଙ୍ଗି ଗଲାଣି ସ୍କୁଲ ବାଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଠିକା କାମକୁ ନେଇ ଚାଲିଛି ଟଣା ଓଟରା । କାମର କାର୍ଯ୍ୟାଦେଶ ଗୁଡ଼ିକ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ନାମରେ ଥିବା ବେଳେ କାମ କରୁଛନ୍ତି ରାଜନୈତିକ ଦଳର କର୍ମୀମାନେ । ଏହାକୁ ନେଇ ଅଭିଯୋଗ କରିବେ କାହାକୁ ଗାଁର ଲୋକମାନେ ବୋଲି ଚିନ୍ତାରେ ପଡ଼ିଛନ୍ତି ବନ୍ଧପଡ଼ା ପଞ୍ଚାୟତ ବୁଢ଼ାବାହାଲ ଗାଁର ଲୋକମାନେ । ଅଭିଯୋଗ କରିଛନ୍ତି ଯେ, ଗାଁର ପ୍ରାଥମିକ ବିଦ୍ୟାଳୟର ବାଡ଼ା ନିର୍ମାଣ କରିବା ପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ୨୦୧୭-୧୮ ଆର୍ଥିକ ବର୍ଷରେ ୫ଲକ୍ଷ ଅନୁଦାନ ଆସିଥିଲା । ନିର୍ମାଣ କରାଯାଇଥିବା କାନ୍ଥରେ ଦିଆଯାଇଥିବା ସୂଚନା ଫଳକ ଅନୁସାରେ କେବେ ବାଡ଼ା କାମ ଆରମ୍ଭ ହୋଇ କେବେ ଶେଷ ହୋଇଛି ଜଣାପଡ଼ିନାହିଁ । ବାଡ଼ାକୁ ଅନୁମାନ କଲେ ମାତ୍ର ଦୁଇ ମାସ ଭିତରେ କାମ ଶେଷ ହୋଇଥିବା ଜଣାପଡ଼ୁଛି ମାତ୍ର ଦୁଇ ମାସ ଭିତରେ କାମ ହୋଇଥିବା ବାଡ଼ାରେ କିପରି ଫାଟ ଦେଖାଯାଇଛି ତାହାକୁ ନେଇ ଗାଁର ଲୋକମାନେ ଅସନ୍ତୋଷ ହୋଇଛନ୍ତି । କିଏ କାମ କରିଛି ତାହାକୁ ନେଇ ତଦନ୍ତ କରାଯିବାରେ ଗାଁର ଦୁଇ ଜଣ ବ୍ୟକ୍ତି କାମକୁ ଦେଖାରେଖା କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାମ ଥିଲା । ବର୍ତ୍ତମାନ କାମ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଳରେ ପଡ଼ିଥିବାରୁ କାମ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଜଣାପଡ଼ି ନାହିଁ । ବାଡ଼ାରେ ଫାଟ ସୃ‌ଷ୍ଟି ନେଇ ଗାଁରେ ଅସନ୍ତୋଷ ଲାଗିରହିଛି । ରାଜନେତାମାନେ ନିଜର କର୍ମୀ ପୋଷିବା ନୀତିରେ କାମକୁ ଗାଁର ଲୋକଙ୍କୁ ଦେଉଥିବାରୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଗାଁର ଲୋକମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

sixteen − six =