oum

ହିନ୍ଦୋଳ ଏନ୍‌ଏସିରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsm

ହିନ୍ଦୋଳ, (ଅଙ୍କିତା ସାହୁ) : ଚଳିତ ମାସରେ ଓଡ଼ିଶାରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମେଡିକାଲ ଛକ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବ ବୋଲି ନିର୍ଦ୍ଧାରିତ ହୋଇଛି । ସକାଳ ୭ ଘଟିକାରେ ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ଗୃପ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲୁକା ଶିଳ୍ପୀ, ସୁନାମଧନ୍ୟ କଳାକାର ଓ ଅଞ୍ଚଳର ପ୍ରତିଭାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଝୋଟି, ରଙ୍ଗୋଲି, ଚିତ୍ରାଙ୍କନ, ଗୀତ, ନାଚ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ ବୋଲି ସ୍ଥିର ହୋଇଛି ଓ ଅଞ୍ଚଳର ଯେଉଁ ପ୍ରତିଭାମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଚ୍ଛୁକ ସେହି ପ୍ରତିଭା ମାନେ ଏନ୍‌ଏସି କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଂଶ ଗ୍ରହଣ କରିପାରିବେ ବୋଲି ଉପଜିଲ୍ଲାପାଳ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.