jsm

ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ କୁମାର ନାଏକ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ସମସ୍ୟା ହ୍ରାସ କରିବା ନିମନ୍ତେ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଭିତ୍ତିକ କାର୍ଯ୍ୟ, ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ପର୍ଯ୍ୟାପ୍ତ ରୋଗଗାର ସୃଷ୍ଟି, ସାମାଜିକ ସୁରକ୍ଷା ସହାୟତା ଯୋଜନାକୁ ତ୍ୱରାନ୍ୱିତ କରି ସହାୟତା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଜିଲ୍ଲା ଶ୍ରମ ବିଭାଗ ଜରିଆରେ ଶ୍ରମିକମାନଙ୍କ ନିମନ୍ତେ ଥିବା ସରକାରୀ ସହାୟତାକୁ ତ୍ୱରାନ୍ୱିତ କରି ତୁରନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ଥିବା ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ସହ ବ୍ଲକ ଓ ପଂଚାୟତ ସ୍ତରରେ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଭିତ୍ତିକ କାର୍ଯ୍ୟ, ଜୀବିକା ମିଶନ ଜରିଆରେ ଉପଲବ୍ଧ ରୋଗଗାର, ସାମାଜିକ ସୁରକ୍ଷା ସହାୟତା ଯୋଜନା, ଜିଲ୍ଲା ଶ୍ରମ ବିଭାଗ ଜରିଆରେ ଶ୍ରମିକ ମାନଙ୍କ ନିମନ୍ତେ ଥିବା ସରକାରୀ ସହାୟତା ଇତ୍ୟାଦି ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜିଲ୍ଲାର ୬ ଗୋଟି ଦାଦନ ପ୍ରବଣ ବ୍ଲକରେ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଭିତ୍ତିକ କାର୍ଯ୍ୟ, ଜୀବିକା ମିଶନ ଜରିଆରେ ପର୍ଯ୍ୟାପ୍ତ ରୋଗଗାର ସୃଷ୍ଟି, ସାମାଜିକ ସୁରକ୍ଷା ସହାୟତା ଯୋଜନାକୁ ତ୍ୱରାନ୍ୱିତ କରି ସହାୟତା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ବେଆଇନ ଶ୍ରମିକ ଚାଲାନ ରୋକିବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରି ଏନଫୋର୍ସମେଣ୍ଟକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ରେଲୱେ ଷ୍ଟେସନ ମେନେଜର ମାନଙ୍କ ସହ ସମନ୍ଵୟ ରକ୍ଷା କରି ବେଆଇନ ଶ୍ରମିକ ଚାଲାନ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସହାୟତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ସମ୍ପର୍କରେ ସଚେତନତା କରିବାକୁ ସେ ପରାମର୍ଶ ଦେଇଥିଲେ । ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ଥିବା ଟୋଲ ଫ୍ରି ନମ୍ବର ୧୫୫୩୬୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଥିବା ଆଇନର ବିଭିନ୍ନ ପ୍ରାବଧାନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

yuvodaya
Leave A Reply

Your email address will not be published.