csstore

କୋସଲି ସଂସ୍କୃତି ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାନ କଲଙ୍ଗାପାଲି ଗ୍ରାମର ସ୍ୱର୍ଗତ କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋସଲି ସଂସ୍କୃତି ଦିନ ପାଳନ ପାଇଁ ବାଳିପଟା ସାପ୍ତାହିକ ବଜାରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇନ୍ଦ୍ରମଣି ସାହୁ ସୁରତା କମିଟିର ଆବାହକ ତଥା ହଳଦିଆ ତେଲି ଜୁଆନ କୁଟୁମର ସଭାପତି କ୍ଷୀରୋଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କବିଙ୍କ ଜନ୍ମ ସ୍ଥାନ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନ କଲଙ୍ଗାପାଲିଠାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ଦିନ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ହଳଦିଆ ତେଲି ଜୁଆନ କୁଟୁମର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କୋସଲ ଯୁବଶକ୍ତିର ସଭାପତି ରୋଶନ କୁମାର ସାହୁ ତଥା କବି ପ୍ରହ୍ଲାଦ ସାହୁ, ଦେବାଶିଷ ସାହୁ, ଚିନ୍ତାମଣି ସାହୁ, ଦୁଃଖନାଶନ ସାହୁ ଏବଂ ଅନ୍ୟାନ୍ୟ ସମସ୍ତ ସଭ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.