csstore

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ବ୍ଲକ ଯୋଗାଣ ଅଧିକାରୀ ବିକାଶ ବାର୍ଲା ଯୋଗଦେଇ ଖରିଫ ଧାନ ସଂଗ୍ରହ, ଚାଷୀ ପଞ୍ଜିକରଣ ସମ୍ପର୍କରେ ଆଲୋଚନା ହେବାସହ ପ୍ରାଥମିକ ସମବାୟ ସମିତି ସମ୍ପାଦକ ଏବଂ ସଭାପତିମାନଙ୍କୁ ଯୋଗ୍ୟ ଚାଷୀ ଯେଭଳି ପଞ୍ଜିକରଣରୁ ବାଦ୍‌ ନ ପଡନ୍ତି ସେନେଇ ସଚେତନ ହେବାକୁ କହିବା ସହ ପଞ୍ଜିକରଣରେ ଆବଶ୍ୟକ କାଗଜ ସଂଲଗ୍ନ କରିବା ପାଇଁ କହିଥିଲେ । ବୈଠକରେ ଲୁହାସିଂହା ପେକ୍ସ ସଭାପତି କନ୍ଦର୍ପ ସୁଆର, ଖପ୍ରାଖୋଲ ସଭାପତି ଗୁଣ ମଣି ଭୋଇ, ଧଣ୍ଡାମୁଣ୍ଡା ସଭାପତି ଯଶୋବନ୍ତ ପଟେଲ, ଲାଠୋର ସଭାପତି ଈଶ୍ୱର ଭାଇସାଲ, ତେଲେନପାଲି ସଭାପତି ନକୁଳ ବେହେରା, ଭାନପୁର୍ ସଭାପତି ଫକିର ପଧାନ, ମହରାପଦର ସଭାପତି ଶେଷଦେବ ଧାରୁଆ, ସମ୍ପାଦକ ଶ୍ରୀପତି ଭୋଇ, ଗଣେଶ ମାଝୀ, ଜଗଦୀଶ ରଣା, ରାଜେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.