pakka

ତ୍ରିସ୍ତରୀୟ ପଞ୍ଚାୟତ ସଂସ୍ଥାର ସାଧାରଣ ନିର୍ବାଚନ ୨୦୨୨ : ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

bbehera
  • ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ତଥା କୋଭିଡ କଟକଣା ପାଳନ ପୂର୍ବକ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ସଂସ୍ଥାର ସାଧାରଣ ନିର୍ବାଚନ -୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ଆସନ୍ତା ୧୬/୦୨/୨୨ ଠାରୁ ତା ୨୪/୦୨/୨୨ ପର୍ଯ୍ୟନ୍ତ ବିଭିନ୍ନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ତଥା କୋଭିଡ କଟକଣା ପାଳନ ପୂର୍ବକ ପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ନିଆଯାଉଛି । ସମସ୍ତ ରାଜନୈତିକ ଦଳ, ନିୟୋଜିତ କର୍ମଚାରୀ ଓ ନାଗରିକ ନିର୍ବାଚନ ଆଦର୍ଶ ଆଚାର ସଂହିତାର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଉପସ୍ଥିତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ସାଧାରଣ ନିର୍ବାଚନକୁ ବ୍ୟବସ୍ଥିତ ଭାବେ ପରିଚାଳନାରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି । ବୈଠକରେ ଜିଲ୍ଲା ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ୱଜିତ ବିଶ୍ୱାଳ, ସ୍ୱତନ୍ତ୍ର ସଚିବ, ଜଳ ସମ୍ପଦ ବିଭାଗ, ଓଡିଶା, ସମସ୍ତ ଦଳର ସହଯୋଗରେ ଶାନ୍ତି ଶୃଙ୍ଖଳା, ଅବାଧ ଓ କୋଭିଡ କଟକଣାର ସମ୍ପୂର୍ଣ୍ଣ ଅନୁପାଳନ ପୂର୍ବକ ପଞ୍ଚାୟତ ନିର୍ବାଚନକୁ ପରିଚାଳନା ପାଇଁ ସମସ୍ତ ଦଳଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ବୈଠକର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ, ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ /ପ୍ରାର୍ଥିନୀର ଦାୟିତ୍ୱ, କର୍ତ୍ତବ୍ୟ ତଥା ଆଚାର ସଂହିତା ପାଳନ ଉପରେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲପାଳ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଏସ୍‌ଡିପିଓ, ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି କଇଁରୁ ସ୍ୱାଇଁ ଏବଂ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

16 + 1 =