pakka

ହଲନଭଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ନେଇ ଅନ୍ୟ ୩ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଅଧିକାରୀଙ୍କଠାରେ ଅଭିଯୋଗ

bbehera

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ସରପଂଚ ଏବଂ ସମିତି ସଭ୍ୟ/ସଭ୍ୟାଙ୍କ ପ୍ରାର୍ଥୀପତ୍ର ଯାଂଚ ଆଜି ହୋଇଯାଇଛି । ଏହି ପ୍ରାର୍ଥୀପତ୍ର ଯାଂଚରେ ବ୍ଲକର ୧୯ ଗୋଟି ସମିତି ସଭ୍ୟା/ସଭ୍ୟ ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ଦେବାଶିଷ ସାମଲ ପ୍ରାର୍ଥୀପତ୍ର ଯାଂଚ କରିଛନ୍ତି । ବ୍ଲକର ହଲନଭଟା ପଂଚାୟତର ସମିତି ସଭ୍ୟା ପ୍ରାର୍ଥୀ ଫଗୁନି ତାଣ୍ଡି ଓଡିଆ ଲେଖି ପଢି ଜାଣି ନ ଥିବା ବେଳେ ଅନ୍ତିମ ପର୍ଯ୍ୟାୟ ପାର୍ଥୀପତ୍ର ଯାଂଚରେ କାହିଁ ଆସି ନ ଥିବା ନେଇ ଅନ୍ୟ ତିଣି ଜଣ ପ୍ରାର୍ଥିନୀ ପୁଷ୍ପାଞ୍ଜଳି ନାଗ, ଦମୟନ୍ତି ବରିହା ଓ ଧନମତି ଖୁରା ଅଭିଯୋଗ କରିଛନ୍ତି । ଏପରିକି ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କଠାରେ ଉପସ୍ଥିତ ନ ରହିବାରୁ ଫଗୁନି ତାଣ୍ଡିଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିବା ପାଇଁ ଅଡି ବସିଥିଲେ । ସଂଧ୍ୟା ୫ଟା ଯାଏ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠରେ ପ୍ରାର୍ଥିନୀମାନେ ଅଡି ବସିଥିଲେ । ଅଭିଯୋଗକାରୀ ପ୍ରାର୍ଥୀନୀମାନଙ୍କ ଅଭିଯୋଗକୁ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନେଇ ନ ଥିବାରୁ ସଂପୃକ୍ତ ପ୍ରାର୍ଥିନୀମାନଙ୍କ ଓକିଲ ବିବେକ ଶର୍ମା ଓ ସତ୍ୟନାରାୟଣ ରାଏ ସହ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ସଂପାଦକ ଲକ୍ଷ୍ମଣ ବାଗ ନାକଚ ପାଇଁ ଅଡିବସିଥିଲେ ସେହିଭଳି ବିପକ୍ଷ ପ୍ରାର୍ଥିନୀ ଫଗୁନି ତାଣ୍ଡିଙ୍କ ଓକିଲ ବିଷ୍ଣୁପ୍ରସାଦ ଶର୍ମା ମଧ୍ୟ ଉପସ୍ଥିତ ରହି ପ୍ରାର୍ଥିନୀଙ୍କ ସପକ୍ଷରେ ନିଜର ମତାମତ ଦେଇଥିଲେ । ଏହି ଖବର ଲେଖିବାର ସଂଧ୍ୟା ସାଢେ ସାତଟା ସୁଦ୍ଧା ଅଭିଯୋଗକାରୀ ପ୍ରାର୍ଥିନୀମାନେ ବିଡିଓଙ୍କ ପ୍ରକୋଷ୍ଠରେ ଅଡି ବସିଥିଲେ ।

jay balangir
Leave A Reply

Your email address will not be published.

1 × 2 =