pakka

ଆସନ୍ତା ଫେବୃୟାରୀ ୧ରୁ ୭ ପର୍ଯ୍ୟନ୍ତ ସୂର୍ଯ୍ୟ ନମସ୍କାର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ରେ ୭୫ କୋଟି ସୂର୍ଯ୍ୟ ନମସ୍କାର ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ଓଡିଶା ପଶ୍ଚିମ ପ୍ରାନ୍ତରୁ ତରଫରୁ ଆସନ୍ତା ଫେବୃୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ପାନ୍ଥନିବାସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତିର ପଶ୍ଚିମ ଓଡିଶା ପ୍ରାନ୍ତ ସଂଯୋଜକ ହରେକୃଷ୍ଣ ମାଝୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଶ୍ରୀ ମାଝୀ କହିଲେ ଯେ, ଚଳିତ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ବା ସ୍ୱତନ୍ତ୍ରତାର ୭୫ ବର୍ଷ ପାଳନ ଉପଲକ୍ଷେ ସମଗ୍ର ଭାରତବର୍ଷରେ ସୁସ୍ଥ ସମାଜ ଗଠନ ପାଇଁ ୭୫ କୋଟି ସୂର୍ୟ୍ୟ ନମସ୍କାର କରିବାର ସଂକଳ୍ପ ନିଆଯାଇଛି । ଓଡିଶା ପଶ୍ଚିମ ପ୍ରାନ୍ତର ୧୫ଟି ଜିଲ୍ଲା ଓ ୨ଟି ମହାନଗରରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଆକାରରେ ପ୍ରତି ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସହ ସଫଳ କରିବା ପାଇଁ ଶ୍ରୀ ମାଝୀଙ୍କ ସଂଯୋଜନାରେ ଏକ ପ୍ରାନ୍ତସ୍ତରୀୟ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ଗଠନ କରାଯାଇଛି । ଏଥିରେ ବିଭିନ୍ନ ସଂଗଠନ ଯଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ରାଷ୍ଟ୍ର ସେବିକା ସମିତି, କ୍ରୀଡା ଭାରତୀ, ପତଞ୍ଜଳି ଯୋଗ ସମିତି, ବିଦ୍ୟା ଭାରତୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଆରୋଗ୍ୟ ଭାରତୀ, ବଜରଙ୍ଗ ଦଳ, ଭାରତୀୟ ମଜଦୁର ସଂଘ ଓ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମିତି ଗଠିତ ହୋଇଛି । ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ଏହିପରି ଭାବରେ ଜିଲ୍ଲା ସୂର୍ଯ୍ୟ ନମସ୍କାର ସମିତି ଗଠନ କରାଯାଇଛି । ଓଡିଶା ପଶ୍ଚିମ ପ୍ରାନ୍ତରେ ଏହି ସୂର୍ଯ୍ୟ ନମସ୍କାର ଅଭିଯାନ ଫେବୃଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧ କୋଟି ୬୬ଲକ୍ଷ ପର୍ୟ୍ୟନ୍ତ ସୂର୍ୟ୍ୟ ନମସ୍କାର କରିବା ପାଇଁ ପ୍ରାନ୍ତ ତରଫରୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରୀୟ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ତରଫରୁ ଏକ ଅନଲାଇନ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଙ୍ଗଙ୍ଗଙ୍ଗ.୭୫ଗ୍ଦଙ୍କକ୍ସଚ୍ଚବଦ୍ଭବଜ୍ଞବଗ୍ଦଳବକ୍ସ.ମକ୍ଟଜ୍ଞ ରେ ପଞ୍ଜିକୃତ କରି ପାରିବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ସାରା ପ୍ରାନ୍ତ ପାଇଁ ନ୍ୟୁନତମ ୧୦ ହଜାରରୁ ଉର୍ଦ୍ଧ୍ବବ୍ୟକ୍ତି କିପରି ପଞ୍ଜିକୃତ କରିବେ, ସେଥିପାଇଁ ସମିତି ତରଫରୁ ଯୋଜନା କରାଯାଇଛି । ସେହିପରି କରୋନା ମହାମାରୀର ତୃତୀୟ ଲହରରେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନ ପାଳନ କରିବା ସହ ବଡ ବଡ ସାମୁହିକ କାର୍ଯ୍ୟକ୍ରମ ନ କରି ଛୋଟ ଆକାରରେ ୨୫-୩୦ ଜଣ ବ୍ୟକ୍ତିଙ୍କୁ ନେଇ ସାରା ସମାଜ ସହଭାଗୀ ପାଇଁ ଆହ୍ୱାନ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସଂପର୍କ ପ୍ରମୁଖ ଡଃ ସନାତନ ପ୍ରଧାନ, ପ୍ରାନ୍ତ ସଦସ୍ୟ ସମୀର ରାଉତ ମଞ୍ଚାସୀନ ଥିବା ବେଳେ ସହପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ମହାନଗର ପ୍ରଚାର ପ୍ରମୁଖ ରାଜକୁମାର ନାଥ, ସାମାଜିକ କର୍ମୀ ସମାଜପତୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 + 14 =