ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡାର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡା ପ୍ରତିଯୋଗିତା ସମାରୋହ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିକାଶ ସମିତି, ଓଡିଶାଙ୍କ ଯୋଜନା ଆଧାରରେ ଆସନ୍ତା ଜାନୁୟାରୀ ମାସ ୩୦, ୩୧ ଓ ୧ ଫେବୃୟାରୀରେ ଓଡିଶା ସମୂହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଶିଶୁମାନଙ୍କ ପ୍ରାଦେଶିକ କ୍ରୀଡା ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଉକ୍ତ କ୍ରୀଡାରେ ପ୍ରାୟ ୬୫୦ଜଣ କ୍ରୀଡା ପ୍ରତିଭାଗୀ ସହିତ ୧୦୦ରୁ ଅଧିକ ପରିଚାଳକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ବୈଠକରେ ଅଖିଳ ଭାରତୀୟ କବାଡି ଖେଳ ସଂଯୋଜକ ବିଭୂତିଭୂଷଣ ଦାଶ, ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ, ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର, ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ବୈଠକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.