ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ମୁଦ୍ରଣ ଛାପାଖାନା ସତ୍ୱାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କ ସଚେତନତା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ-୨୦୨୪କୁ ଜିଲ୍ଲାରେ ବ୍ୟବସ୍ଥିତ ଓ ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମୁଦ୍ରଣ ଛାପାଖାନା ସତ୍ୱାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ସଚେତନତା ବୈଠକ ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ମୁଦ୍ରଣ ଛାପାଖାନା ସତ୍ୱାଧୀକାରୀଙ୍କୁ ନିର୍ବାଚନ ସମୟରେ ପ୍ରାର୍ଥୀ, ପ୍ରାର୍ଥୀନୀ, ପ୍ରାର୍ଥୀଙ୍କ ସମ୍ୱନ୍ଧୀୟ, ଅଥବା ଦଳଙ୍କ ଦ୍ୱାରା ପ୍ରସ୍ତୁତ ନିର୍ବାଚନ ପ୍ରଚାର ଉପରେ ଆବଶ୍ୟକୀୟ ଛାପା ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ବିହିତ ଆଇନର ପ୍ରତିପାଳନ କରିବା ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସୂଚନା ପ୍ରଦାନ କରିଛନ୍ତି । ସେହିପରି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ କୌଣସି ପ୍ରାର୍ଥୀ, ପ୍ରାର୍ଥୀନୀ ତଥା ସମ୍ପର୍କୀୟ ଓ ରାଜନୈତିକ ଦଳର ଜମା ଖାତା ଉପରେ ନଜର ରଖିବା ସହ ବ୍ୟାଙ୍କ ଅଧିକାରୀ ବାରମ୍ବାର ଲକ୍ଷାଧିକ ଟଙ୍କାର ଲେଣଦେଣ ଜମା ଖାତା ଉପରେ ନଜର ରଖିବା, ୧୦ ଲକ୍ଷ ଟଙ୍କାର ଏକକାଳୀନ ଜମା ଓ ଉଠାଣ ହେଉଥିବା ଜମା ଖାତା ଉପରେ ବିଶେଷ ନଜର ରଖିବା ସହ ତୁରନ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ କହିଥିଲେ ଯେ ‘ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରି ସମସ୍ତ ପ୍ରାର୍ଥୀମାନଙ୍କୁ ସମାନ ସ୍ତର ଯୋଗାଇଦେଇ ଜିଲ୍ଲାରେ ସାଧାରଣ ନିର୍ବାଚନ–୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ନିମନ୍ତେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ଯଶସ୍ୱନୀ ପୋଥାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଏସ୍‌ଟି ଡେପୁଟି କମିଶନର ବିକାଶ କୁମାର ମହାନ୍ତି, ଏଲ୍‌ଡିଏମ୍‌ଜି କାମରାଜ ଦୋରା, ଜିଲ୍ଲାସ୍ଥିତ ସମସ୍ତ ବ୍ୟାଙ୍କ ଅଧିକାରୀ, ମୁଦ୍ରଣ ଛାପାଖାନାର ସତ୍ୱାଧୀକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

4 × one =