ସୁବର୍ଣ୍ଣପୁରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୪୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କ ସୋନପୁର ବ୍ଲକ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ସମ୍ବନ୍ଧୀୟ ୪୪ ଗୋଟି ଅଭିଯୋଗ ଦରଖାସ୍ତ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୬ ଗୋଟି ସାମୁହିକ ଦରଖାସ୍ତ ୮ ଗୋଟି ଦରଖାସ୍ତ ଗ୍ରହଣ କରିଥିଲେ । ଗ୍ରହଣ କରାଯାଇଥିବା ସମସ୍ତ ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି । ଶିବିରରେ ୨ଟି ଅସହାୟ ପରିବାରକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ବାତ୍ସଲ୍ୟ ଯୋଜନା ଅଧୀନରେ ପୃଷ୍ଠପୋଷକତା ସହାୟତା ରାଶି ୬ ମାସ ନିମନ୍ତେ ଉଭୟ ପରିବାରକୁ ୨୪ ହଜାର ଟଙ୍କା ଲେଖାଁଏ ଓ ଅନ୍ୟ ୨ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଜଣଙ୍କୁ ୩୦ ହଜାର ଓ ଅନ୍ୟ ଜଣଙ୍କୁ୫ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନପୁର ଶଶିଭୂଷଣ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ରମେଶ ଚନ୍ଦ୍ର ସ୍ୱାଇଁ, ସିଏସ୍‌ଓ ସୁରେଶ ପାଣିଗ୍ରାହୀ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାକା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କୃଷି ଅଧିକାରୀ ଡ. ବିଭୁତି ଭୂଷଣ ମିଶ୍ର, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ହୃଷିକେଶ ଦାଶଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

twenty + sixteen =