jsm

ଆଦିଶକ୍ତି ଭୁଞ୍ଜିଆ ସମାଜର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

csstore

ନୂଆପଡା, (ନିରାକାର ମେହେର) : ନିଜ ହକ୍‌ ଅଧିକାର ପାଇଁ ଆଜି ନୂଆପଡ଼ା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଭୁଞ୍ଜିଆ ସମାଜର ଲୋକଙ୍କୁ ନେଇ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ବାବେବିର ହାଇସ୍କୁଲ ଖେଳପଡିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନେକ ଦିନରୁ ରହିଥିବା ଛଅ ଦଫା ଦାବି ନେଇ ସଭାର ସଭାପତି ହେରା ସିଂ ପୁଝାରୀଙ୍କ ନେତୃତ୍ୱରେ ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଭକ୍ତ ରାମ ମାଝୀ ଜୋନ ନଂ ୧ ଜିଲ୍ଲା ପରିଷଦ ମୁରଲୀଧର ଭୋଇ, କାଳି ପ୍ରଧାନ, ଖଡିଆଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିକ୍ରମ ମାଝୀ, ତୁଳାରାମ ଚିନ୍ଦା, ବୀରବଲ ଚିନ୍ଦା, ଧବେଳେଶ୍ୱର ପୁଝାରୀ, ଜୟ ସିଂ ଛତ୍ରିଆ, ଦାମୋଦର ଚିନ୍ଦା, ଘାସିରାମ ଚିନ୍ଦା, ମକୁନ୍ଦ ଚିନ୍ଦା, ଟୁନା ପୁଝାରୀ, କୁମ ଚିନ୍ଦା, ତୁଳସୀ ରାମ ଚିନ୍ଦା, ରାଜ ଚିନ୍ଦା ଉପସ୍ଥିତ ରହି ଥିବା ବେଳେ ଜିଲ୍ଲା ସଂପାଦକ ପ୍ରଭାସ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ କର୍ମକର୍ତ୍ତାମାନଙ୍କ ଶହ ହଜାର ହଜାର ସଂଖ୍ୟାରେ ସମାଜ ପ୍ରେମୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.