pakka

ନୂତନ ଘରୋଇ ବସଷ୍ଟାଣ୍ଡରୁ ପବିତ୍ର ବାହୁଡ଼ାରୁ ବସ୍ ଗଡିଲା

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ପ୍ରତୀକ୍ଷାର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ ହେଇଯାଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ରାହୁଲ ଜୈନ, ଘରୋଇ ବସ୍ ମାଲିକ ସଂଘର ଉପଦେଷ୍ଟା ଇପ୍ସ ଦେବବ୍ରତ ମିଶ୍ର, ସଂଘର ସଭାପତି ଭୀଷ୍ମ ଦେବ ଦୋରା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ନୂତନ ଘରୋଇ ବସଷ୍ଟାଣ୍ଡରେ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଠି ଡିଆର୍‌ଡିଏ କୃତି ବାସ ରାଉତ, ସଂଘର ସମ୍ପାଦକ ଶେଖ୍ ନଜିମୁଦ୍ଦିନ, ସୁଶାନ୍ତ ମିଶ୍ର, ସରୋଜ କୁମାର ମହାପାତ୍ର, ପୁରନ୍‌ ଶର୍ମା ଓ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =