pakka

ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ମିଳିତ ଆୟୋଜନରେ ପ୍ରଥମଥର ପାଇଁ ସୁବର୍ଣ୍ଣପୁରଠାରେ ଚାଲିଥିବା ୧୯ ବର୍ଷରୁ କମ୍ ରାଜ୍ୟସ୍ତରୀୟ ଷ୍ଟେଟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ବାଳିକା ସିଂଗଲରେ ସୁନ୍ଦରଗଡର ଗୀତାଶ୍ରୀ ଦେ, ବାଳିକା ଡବଲ୍ସରେ ସମ୍ବଲପୁରର ଡିକ୍ଖା ଏକ୍କା ଓ ଲିଜୁନ୍ ସ୍ବାଇଁ ଓ ମିକ୍ସ ବିଭାଗରେ କଲାହାଣ୍ଡିର ଅର୍ପିତ ପଣ୍ଡା ଓ ପ୍ରମିଳା ଶବର ଚାମ୍ପିୟନ ହୋଇଛନ୍ତି । ଠିକ୍ ସେହିପରି ବାଳକ ସିଂଗଲରେ ବାଲେଶ୍ୱରର ଆର୍ଯ୍ୟ ମାଝୀ ଚାମ୍ପିୟନ ହୋଇଥିବା ବେଳେ ବାଳକ ଡବଲ୍ସରେ ବାଲେଶ୍ୱରର ଅମୟ ନାୟକ ଓ ଆର୍ଯ୍ୟ ମାଝୀ ଯୋଡି ଚାମ୍ପିୟନ ହୋଇ ପୁରସ୍କୃତ ହୋଇଛନ୍ତି । ଡିସେମ୍ବର ୩ତାରିଖରୁ ୫ତାରିଖ ଯାଏଁ ସୁବର୍ଣ୍ଣପୁରର ମହାନଦୀ ଇନଡୋର୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଜିଲ୍ଲାରୁ ୫୫ଜଣ ଯୁବ ଖେଳାଳି ଭାଗ ନେଇ ବ୍ୟାଡମିଣ୍ଟନ ଖେଳର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଗଂଗାଧର ମେହେର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଯୁଗଳେଶ୍ୱରୀ ଦାଶ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସଂପାଦକ ନିଳିନ୍ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଖେଳାଳିଙ୍କୁ ଟ୍ରଫି ସହ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

3 × 4 =