jsm

ଯକ୍ଷ୍ମାରୋଗ ନିରାକରଣ ଅଭିଯାନ ପାଇଁ ଗଡ଼ିଲା ସଚେତନତା ରଥ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯକ୍ଷ୍ମାରୋଗ ନିରାକରଣ ଅଭିଯାନ ପାଇଁ ଶୁକ୍ରବାର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଏଥିରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ପାତ୍ର, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବ୍ଲକ ଏକାଉଣ୍ଟ ମେନେଜର ପ୍ରତାପ ସାହୁ, ବ୍ଲକ ଡାଟା ମେନେଜର ନୀତିଶ କୁମାର ଦତ୍ତ, ଡାକ୍ତର ପରିମିତା ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନ ରଥକୁ ଉଦ୍‌ଘାଟନ କରିଥିଲେ । ସଚେତନ ରଥଟି ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବ୍ଲକର ସମସ୍ତ ଗାଁକୁ ଯିବାର କାର୍ଯ୍ୟ କ୍ରମ ଥିବା ବେଳେ ଆଶା କର୍ମୀମାନଙ୍କ ଦ୍ଵାରା ଘର ଘର ବୁଲି ଯକ୍ଷ୍ମାରୋଗୀ ଚିହ୍ନଟ କରାଯାଉଛି ବୋଲି ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାସ କହିଛନ୍ତି ।

yuvodaya
Leave A Reply

Your email address will not be published.