csstore

ମା’ ଦୁର୍ଗା କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ୩୧ତମ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ବୈଦିପାଲି ଖେଳପଡ଼ିଆରେ ଆଜି ମା’ ଦୁର୍ଗା କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ୩୧ତମ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଦୀର୍ଘ ୫ ଦିନ ବ୍ୟାପୀ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟଅତିଥି ଭାବେ ସ୍ଥାନୀୟ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀ ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ମା’ ଦୁର୍ଗା କ୍ରିକେଟ୍‌ କ୍ଲବ୍‌ର ସଭାପତି ତ୍ରିଲୋଚନ ମେର୍ଲି, ଗ୍ରାମ୍ୟ ରାମ୍‌ଜୀ ପାର୍ଟି ପୂର୍ବତନ ସଭାପତି ବସୁଦେବ ସା’ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଗାଁର କ୍ରିକେଟ୍‌ ଖେଳାଳୀ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି । ସ୍ଥାନୀୟ ଯୁବକ ଠଣ ସାହୁ, ସତ୍ୟବାନ ମେର୍ଲି, ନୃତ୍ୟ ରାଉତ, ପ୍ରଦୀପ ଯୁଏଡ଼, ସୁଶୀଲ କୁମାର ସାହୁ, ବିରେନ ବେହେରା, ବିଶ୍ୱଜିତ୍‌ ମେଶ୍ୱା, ମଣ୍ଟୁ ଭୁଏ, ବିକାଶ ଲୁହା, ଶତୃଘ୍ନ ଭୁ. ଲିଟୁ ଗୁରୁ, ଅନିଲ ଭୁଏ, ମୁକେଶ ସାହୁ, ସୁନୀଲ ତୁମୁନିଆଁ ତଥା ଅନ୍ୟାନ୍ୟ ଖେଳାଳୀ ବୃନ୍ଦ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.