csstore

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ପୂର୍ବତନ ଛାତ୍ର ସମ୍ମିଳନୀ ସଭା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଲାୟନ୍ ଦୀପକ୍ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ ଅଗ୍ରଣୀ ଆବାସିକ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପରିବାର ପକ୍ଷରୁ ଏକ ସମ୍ମାନ ସଭା (ପୂର୍ବତନ ଛାତ୍ର ସମ୍ମିଳନୀ) ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆୟୋଜନ କରାଯାଇଛି । ଶିକ୍ଷାନୁଷ୍ଠାନ ଏହାକୁ ‘ଏକ ସାର୍ଥକ ଜୀବନ ପ୍ରତି ସଚ୍ଚା ସମ୍ମାନ’ ଭାବରେ ଚିହ୍ନିତ କରିଛି । କାର୍ଯ୍ୟକ୍ରମଟି ଶୁକ୍ରବାର ସନ୍ଧ୍ୟାରେ ଶିକ୍ଷାନୁଷ୍ଠାନର ସିନିୟର୍ ଶାଖା, ଚାହାରଭଟା ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡା. ହସମୁଖ ଲାଲ, କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି (ଶିକ୍ଷାନୁଷ୍ଠାନର ଲିଗାଲ୍ ପରାମର୍ଶଦାତା) ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ । ମୁଖ୍ୟଅତିଥି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଉଚ୍ଚକୋଟୀର ଶିକ୍ଷାଦାନ ଏବଂ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାକି ଆଜି ସମସ୍ତଙ୍କ ସମ୍ମୁଖରେ ଏକ ଜ୍ଵଳନ୍ତ ଉଦାହରଣ ସୃଷ୍ଟି କରିଛି । ଶିକ୍ଷା ସହିତ ଅନେକ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଅର୍ଜନ କରି ଦେଶ ବିଦେଶରେ ତଥା ଆନ୍ତର୍ଜାତିକ ସ୍ତରରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ହସ ଉଲ୍ଲାସରେ କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ । ଛାତ୍ର ଜୀବନର ପୁରୁଣା ସ୍ମୃତି ସବୁକୁ ମନେପକାଇଥିଲେ ଏବଂ ଏହି ଶିକ୍ଷାନୁଷ୍ଠାନରେ ସେମାନେ ପାଠପଢ଼ି ଉତ୍ତମ ଶିକ୍ଷା, ସଂସ୍କାର ପାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଲକ୍ଷ୍ୟ ରଖିଥିଲେ ଓ ସେହି ଅନୁଭୂତିକୁ ବାଣ୍ଟିଥିଲେ । ଏହି ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ ଏବଂ ଫଳକ ପ୍ରଦାନ କରାଯାଇଥିଲା । ସମ୍ମିଳନୀ ସଭାରେ ଉପସ୍ଥିତ ସମସ୍ତଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଥିଲା । ଅଧ୍ୟକ୍ଷ ଏମ. ନାଗା ମାଲେଶ୍ୱର ରାଓ ଏବଂ ମୁଖ୍ୟ ପରାମର୍ଶଦାତା ଡ. ରବିନ ଚନ୍ଦ୍ର ପରମାଣିକଙ୍କ ନେତୃତ୍ୱ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହଯୋଗରେ ସମାରୋହଟି ସୂଚାରୁ ରୂପେ ସମ୍ପନ୍ନ ହୋଇଯାଇଛି ।

jayashree
Leave A Reply

Your email address will not be published.