csstore

ଅଗସ୍ତିନୂଆଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ବାଇପାସ୍ ଅଗସ୍ତିନୂଆଗାଁ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଘଟଣା ସ୍ଥଳରେ ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲକୁ ଆଣିଥିଲେ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଘଟଣାରୁ ସ୍ୱଷ୍ଟ ହୋଇଛି ଯେ, ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍‌ରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏକ ବାଇକ୍ ଆରୋହୀଙ୍କୁ ରକ୍ଷା କରିବା ଦିଗକୁ ଯାଇ ଗୋଟିଏ ଭାରବାହୀ ଟ୍ରକ୍ ପଛ ପଟକୁ ଏକ ଟାଟା ଏସି ଗାଡ଼ି ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଭାରବାହୀ ଟ୍ରକ୍ ଏବଂ ଟାଟା ଏସି ଗାଡ଼ି ଦୁହେଁ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କୁହାଯାଇଛି । ଏକ ବାଇକ୍ ଆରୋହୀଙ୍କ ସହ ଆଉ ଜଣେ ବସିଥିବା ବାଇକ୍ ବିପରୀତ ଦିଗରେ ଗତି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଘଟଣା ସମ୍ପର୍କରେ ଗଞ୍ଜାମ ସହର ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି । ମୃତକଙ୍କ ପରିଚୟ ଶୁକ୍ରବାର ବିଳମ୍ବିତ ରାତ୍ରି ସୁଦ୍ଧା ମିଳିପାରିନାହିଁ ।

jayashree
Leave A Reply

Your email address will not be published.