csstore

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଟିଟିଲାଗଡ଼ ଅଞ୍ଚଳର ଯୁବନେତା ତଥା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ନରସିଂହ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବରିଷ୍ଠ ବିଜେପି ନେତା ପ୍ରମୋଦ ପ୍ରଧାନ, ରାଜ୍ୟ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ମାରୱାଡି ସେଣ୍ଟ୍ରାଲ ଶାଖାର ସଭାପତି ଉମେଶ କାନୋଡ଼ିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । କେନ୍ଦ୍ର ତଥା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ୫୭ ତମ ଜନ୍ମଦିନରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରିଥିବା ବେଳେ ସେପ୍ଟି ସିମିଆ, ରକ୍ତହୀନତାର ଶିକାର ହୋଇଥିବା ଅନେକ ରୋଗୀ ଏହି ରକ୍ତଦାନ ଶିବିରକୁ ଆସି ରକ୍ତ ନେଇ ନିଜ ନିଜ ରୋଗୀମାନଙ୍କୁ ରକ୍ତ ଦେଇଥିବା ବେଶ ଚର୍ଚ୍ଚାର ବିଷୟ । ଟିଟିଲାଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଏବଂ ସେମାନଙ୍କର ପରିଜନମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ବେଳେ ରକ୍ତର ଅଭାବରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ନଜରରେ ଆସିଛି । ଏହାକୁ ନେଇ ଆଜି ଯୁବ ନେତା ନରସିଂହ ସିଂ ମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜିତ କରି ରୋଗୀମାନଙ୍କ ମୁହଁରେ କିଛିଟା ହସ ଫୁଟାଇବାରେ ସଫଳ ହୋଇଛନ୍ତି । ମୁଖ୍ୟ ଅତିଥି ଭାବରେ ପ୍ରମୋଦ ପ୍ରଧାନ ଯୋଗଦେଇ ଟିଟିଲାଗଡ଼ ଅଞ୍ଚଳରେ କୌଣସି ରୋଗୀ ବା ରକ୍ତ ହୀନତାର ଶିକାର ହେଉଥିବା ରୋଗୀଙ୍କ ଅକାଳ ବା ଅସମୟରେ ମୂଲ୍ୟବାନ ଜୀବନ ହରାଇବାକୁ ପଡିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ଆୟୋଜକ ନରସିଂହ ସିଂକୁ ବେଶ ପ୍ରଶଂସା କରିଥିଲେ । ଏହି ଅବସରରେ ସହଯୋଗୀ ଭାବରେ ପବିତ୍ର ସାହୁ, ଅଶୋକ ସାହୁ, ଲଳିତ ପୁଟେଲ, ରାକେଶ ଅଗ୍ରୱାଲ, ବୈବସୁତ ପଟେଲ, ବିଜୟ ଛୁରା, ଲମ୍ବୋଧର ସୁନା, ଗିରିଧାରୀ ସୁନା, ବିଷ୍ଣୁ ଧରୁଆ, କାମେଶ୍ୱର ତନ୍ତୀ, ବଣ୍ଟି ସୁନା, ଦିବା ଛତ୍ରିଆ, କମଳାକାନ୍ତ ଗହୀର, ଲାବଣ୍ୟ କୁମାର ନାୟକ, ମଧୁ ମହାନନ୍ଦ, ଶରତ ନାଗ ପ୍ରମୁଖ ରହିଥିବା ବେଳେ ରକ୍ତଦାତାମାନଙ୍କ ମଧ୍ୟରୁ ଉତ୍ତମ ସୁନା, ଗୁଡ୍ଡୁ ଛୁରା, ସଞ୍ଜୟ ସୁନା, ଉମେଶ କାନୋଡ଼ିଆ, କୈଳାଶ ବାଗ, ହୃଦାନନ୍ଦ ଟାକରି, ଲଳିତ ପୁଟେଲ ସହିତ ୫୭ଜଣ ରକ୍ତଦାତା ସମୀଲ ଥିଲେ ।

jayashree
Leave A Reply

Your email address will not be published.