csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ କାଇଟ ଫେଷ୍ଟିଭାଲ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ମକର ସଂକ୍ରାନ୍ତି ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପ୍ରଥମ ଥର ପାଇଁ କାଇଟ ଫେଷ୍ଟିଭାଲ ସଭାପତି ଲାୟନ ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ବୁଧବାର ଅପରାହ୍ନରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ଯୁବକ, ଯୁବତୀ ତଥା ଦମ୍ପତ୍ତି ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନବୀନ ଜୈନ ନିଜେ ଉପସ୍ଥିତ ରହି ଭଲ ଗୁଡ଼ି ଉଡାଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶେଷ ଆକର୍ଷଣ ଥିଲା ବିଧାୟକ ନବୀନ ଜୈନ ରାଜନୀତିରେ ବିରୋଧୀଙ୍କୁ ହରାଇବା ଭଳି ନିଜେ ଦଉଡ଼ି ଦଉଡ଼ି ଗୁଡ଼ି ଉଡାଇବା ସହ ବହୁତ ପ୍ରତିଯୋଗୀଙ୍କ ଗୁଡ଼ି କାଟି ଦେଇଥିଲେ । ଯାହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ପ୍ରତିଯୋଗିତାର ପ୍ରୋଜେକ୍ଟ ଚେୟାରମେନ ଡ. ନରେନ୍ଦ୍ର ଅଗ୍ରୱାଲ ଓ ସହାୟକ ପି.ଡି. ପଙ୍କଜ ନାମଦେବ ପରିଚାଳନା କରିବାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ପିଡିଜି ଯମୁନା ପ୍ରସାଦ ଗୋୟଲ୍, ବରିଷ୍ଠ ସଦସ୍ୟ ଶମ୍ଭୁ ପ୍ରସାଦ ଗୋୟଲ୍, ଲାୟନ ଦୀପକ ପୃଷ୍ଟି, ପ୍ରଦୀପ ବାରିକ, ଦୀପକ ଗୋୟଲ୍, ଲିଓ ଅଙ୍କିତ ଗୁପ୍ତା, ଶୁଭୋଦୀପ ସାମନ୍ତ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.