csstore

ଗାୟତ୍ରୀ ପରିବାର ତୁଷୁରା ଶାଖା ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗାୟତ୍ରୀ ପରିବାର ତୁଷୁରା ଶାଖା ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ପର୍ବ ରାଧା ରମଣ କେଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବା ପରେ ଶିଶୁମାନଙ୍କ ଦ୍ୱାରା ପଶୁବଳୀ ବିରୋଧ ଉପରେ ନୃତ୍ୟ ନାଟିକା ପରିବେଶିତ ହୋଇଥିଲା । ତତ୍ପରେ ମାରୱାଡି ମହିଳା ସମ୍ମେଳନ ତୁଷୁରା ଶାଖା ତରଫରୁ ଆଦର୍ଶ ପ୍ରଧାନ ଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଦାଶଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଊଷା କେଡିଆ, ସନ୍ତୋଷ କେଡିଆ, ପ୍ରଭା କେଡିଆ, ମୀରା କେଡିଆ, ମଞ୍ଜୁ କେଡିଆ, ଶାରଦା କେଡିଆ, ସଞ୍ଜୁ ଶର୍ମା, ରାଧା କେଡିଆ, ହୀନା କେଡିଆ, ନେହା କେଡିଆ, ଭାବନା କେଡିଆ, ଚାନ୍ଦିନୀ ଜୈନ, ରିତୁ ଅଗ୍ରୱାଲ, ନିର୍ମଳା ଅଗ୍ରୱାଲ, ଶାଳିନୀ କେଡିଆ, ରେଣୁ ଜୈନ ପ୍ରମୁଖ ଆୟୋଜନ କରିଥିଲେ । ଜଗଦୀଶ କେଡିଆ, ଗଗନ କେଡିଆ, ସାଉଁରିଆ ଜୈନ, ପ୍ରମୋଦ କୁମାର ସା, ସୁଧାକର ପ୍ରଧାନ, ବିବେକାନନ୍ଦ ଦାସ, ଚନ୍ଦ୍ରଭାନ ଜୈନ, ଗୋପାଳ ସାମଲ ସହଯୋଗ କରିଥିଲେ । ଶେଷରେ ବିଭୋର କେଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.