pakka

ଏକ୍‌ସିସ୍ ବ୍ୟାଙ୍କ ନିକଟରେ ବସ୍‌ ସମ୍ମୁଖକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯୁବକଙ୍କ ଜୀବନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ସହର ଦେଇ ଯାଇଥିବା ୪୨ ନମ୍ବର ରାଜ୍ୟ ରାଜପଥ ଏକ୍‌ସିସ୍ ବ୍ୟାଙ୍କ ସମ୍ମୁଖରେ ଜଣେ ଯୁବକ ବସ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚିଯାଇଛି । ଯୁବକ ଜଣକ ହେଲେ ବୁଡେନଥାନା ଅଞ୍ଚଳରେ ଥିବା ଡଙ୍ଗାଛତା ଗାଁର ରାଜୁ ନେଗି । ସୂଚନା ଅନୁସାରେ, ଗତକାଲି ସଂଧ୍ୟା ସାଢେ ୭ଟା ସମୟରେ ରାଜୁ ନେଗି ନାମକ ଜଣେ ଯୁବକ ରାସ୍ତାରେ ଚାଲୁଥିବା ସମୟରେ ଲୋକେ କିଛି ବୁଝିବା ପୂର୍ବରୁ ହଠାତ୍‌ ଚକାଡୋଲା ବସ୍‌ ସମ୍ମୁଖକୁ ଡେଇଁ ପଡିଥିଲେ । ବସ୍‌ଟି କଣ୍ଟାବାଞ୍ଜିରୁ ପାଟଣାଗଡ଼ ବସ୍‌ଷ୍ଟାଣ୍ଡକୁ ଆସୁଥିଲା । ବସ୍‌ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ହଠାତ୍ ବ୍ରେକ ମାଡି ଦେଇଥିଲେ । ଯୁବକଟି ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରୁ ଏଏସଆଇ ସୁଦର୍ଶନ ଦୋରା ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ । ପରେ ତାଙ୍କ ସମ୍ପର୍କିୟ ସଢୁଙ୍କୁ ଯୋଗାଯୋଗ ପରେ କପାଣିକୁ ଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eighteen + 3 =