pakka

ବାଘ ଆତଙ୍କ

bbehera

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଖେଳାଇଥିବା ଖବର ମିଳିଛି । କଲରାପତରିଆ ବାଘଟି ବେହେରାମାଲ, ଜାମବେର୍ଣ୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଜାମବେର୍ଣ୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ପିକୋଲ ଅଞ୍ଚଳରେ ଛେଳି ମାରି ଖାଇଛି କଳରାପତରିଆ । ସେପଟେ ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଗତ ଡିସେମ୍ବର ୧୪ ତାରିଖରେ ପିକୋଲ ଜଙ୍ଗଲରେ ଏକ କଲରାପତରିଆ ବାଘ ଦେଖା ଦେଇଥିଲା । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଲରାପତରିଆ ବାଘର ଫଟୋ କଏଦ ହୋଇଥିଲା । ତେବେ ପିକୋଲ ଅଂଚଳରେ ବୁଲୁଥିବା ଏହି କଲରାପତରିଆଟି ଏବେ ଜାମବେର୍ଣ୍ଣା ଅଞ୍ଚଳକୁ ଆସିଛି ନା ଏହା ଅନ୍ୟଏକ କଲରାପତରିଆ ତାହା ବନ ବିଭାଗ ସ୍ପଷ୍ଟ କରିନି । ଏପଟେ ଲଖନପୁର ବ୍ଲକରେ ଲୋକେ ଭୟରେ ଅଛନ୍ତି ।

jay balangir
Leave A Reply

Your email address will not be published.

16 + eight =