centurian jitm

ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ : ଅଭିଯୁକ୍ତ ଅଟକ

ତିହିଡି : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ମୃତ ମହିଳା ଜଣକ ବାଂଶଡା ଥାନା ଅନ୍ତର୍ଗତ ବାଂଶଡା ଗ୍ରାମର ଉର୍ବଶୀ ଦାସ(ମାମି) ଏବଂ ହତ୍ୟାକାରୀ ସ୍ୱାମୀ ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ(୪୦) ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଥା ପୀରହାଟ ଥାନା ଅନ୍ତର୍ଗତ ବାରସର ପଞ୍ଚାୟତ ଅଧିନରେ ଥିବା ସାପ କାତିଆ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ, ବାଂଶଡା ଗ୍ରାମର ଉର୍ବଶୀ ଦାସଙ୍କୁ ବିବାହ କରିଥିଲେ । ଉଭୟଙ୍କର ୭ ବର୍ଷର ଏକ ଝିଅ ଓ ୩ ବର୍ଷର ଏକ ପୁଅ ଅଛି । ରବିବାର ବିଳମ୍ବିତ ରାତିରେ ସୈତାନ ସ୍ଵାମୀ ପପୁ ଘରୋଇ କଳିକୁ ନେଇ ପତ୍ନୀ ଉର୍ବଶୀଙ୍କୁ ପିଟି ପିଟି ମାରି ଦେଇଥିଲେ । ଏହା ଦେଖି ଗାଁଲୋକେ ପୀରହାଟ ଥାନାକୁ ଖବର ଦେଇଥିଲେ । ପୀରହାଟ ପୋଲିସ ଘଟଣା ସ୍ଥଳକୁ ଯାଇ ଖସି ପଳାଉ ଥିବା ସ୍ୱାମୀ ପପୁ ଦାସଙ୍କୁ କାବୁ କରି ଥାନାରେ ଅଟକ ରଖିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.