pakka

ଏନ୍‌ଆର୍‌ଇଜିଏସ୍‌ କାମର ପାରିଶ୍ରମିକ ଟଙ୍କା ନମିଳିବାରୁ ୪ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ବାନ୍ଧେନମାଲର ଶ୍ରମିକ

kalikesh

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଧେନମାଲ ଗ୍ରାମରେ ବନ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୋଲାଗଡ ଗ୍ରାମରେ ବନ ବିଭାଗ ତରଫରୁ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ହୋଇଥିଲା । ହେଲେ ଉକ୍ତ କାମରେ ନିଯୁକ୍ତ ଥିବା ଶ୍ରମିକମାନେ ତାଙ୍କର ପାରିଶ୍ରମିକ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ଶ୍ରମିକମାନେ ଏନେଇ ବାରମ୍ବାର ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କୁ ପାଉଣା ପାଇଁ ଅଭିଯୋଗ କଲେ ହେଁ କୌଣସି ସୁଫଳ ମିଳିନଥିଲା । କାମ କରିବାର ପାରିଶ୍ରମିକ ଟଙ୍କା ଦୀର୍ଘ ୮ ମାସରୁ ଅଧିକ ଦିନ ବିତିଯାଇଥିବା ବେଳେ ପାରିଶ୍ରମିକ ନ ପାଇବାରୁ ଆଜି ଶ୍ରମିକମାନେ ପାଟଣାଗଡ଼ ରେଞ୍ଜର ସମେତ ୪ ଜଣ ବନ କର୍ମଚାରୀଙ୍କୁ ଦିନ ୨ଟାରୁ ସୂଚନା ମିଳିବା ପର୍ଯ୍ୟନ୍ତ ଅଟକ ରଖିଥିବା ଜଣାପଡିଛି । ତାଙ୍କ ପାଉଣା ଦାବୀରେ ଅଡିବସିଥିବାରୁ ଏନେଇ କୌଣସି ସମାଧାନର ବାଟ ବାହାରି ନଥିଲା । କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇଁରେ ମଧ୍ୟ ପାଉଣା ପାଇନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରମିକମାନେ ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କର ପାଉଣା ଦାବୀରେ ବର୍ତ୍ତମାନ ସୁଦ୍ଧା ବନ କର୍ମଚାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଥିବା ବେଳେ ଅଟକ ଥିବା ବନ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

pp
Leave A Reply

Your email address will not be published.

one × 5 =