
- ସାହିତ୍ୟ ମଣିଷ ପଣିଆକୁ ବଞ୍ଚାଇ ରଖେ ଡ. ସେନାପତି
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡ. ନାରାୟଣ ସେନାପତି, ମୁଖ୍ୟବକ୍ତା ଭାବେ ଅର୍ଥନୈତିକ ବିଶେଷଜ୍ଞ ଇଂ ନଳିନୀକାନ୍ତ ଧର ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ପଶ୍ଚିମ ଏସିଆ ସଂଘର୍ଷ ଓ ଭାରତର ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡ. ସେନାପତି ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ଜୀବନ ପାଇଁ ଅର୍ଥ ସବୁକିଛି ନୁହେଁ । ସାହିତ୍ୟ ମଣିଷ ପଣିଆକୁ ବଞ୍ଚାଇ ରଖେ । ଏହାସହ ସେ ଉତ୍ତର ଆଧୁନିକ ମଣିଷର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବେଶ୍ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଇଂ ଧର ତାଙ୍କ ବକ୍ତବ୍ୟରେ କହିଲେ ଯେ, ବର୍ତ୍ତମାନ ଚାଲିଥିବା ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ତୈଳସଂକଟ ଯୋଗୁଁ ତୈଳଦର ବୃଦ୍ଧି ସାଙ୍ଗକୁ ମୁଦ୍ରାସ୍ପିତି, ଟଙ୍କାର ଅବମୂଲ୍ୟମାନ, ଖାଦ୍ୟ ଓ ସାର ଇତ୍ୟାଦିରେ ସବସିଡି ବୃଦ୍ଧି ଏବଂ ସୁଧହାର ବୃଦ୍ଧି ଯୋଗୁଁ ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ମାନ୍ଦାବସ୍ଥା ସହ ବିତ୍ତିୟ ନିଅଣ୍ଟକୁ ବହୁମାତ୍ରାରେ ବୃଦ୍ଧି କରିବ। ଏହିପରି ଘଡିସନ୍ଧି ମୁହୁର୍ତ୍ତରେ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଦୃଢ ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ ଇଂ ଧର ଆହ୍ୱାନ ଦେଇଥିଲେ । ପରେ ପ୍ରତାପ କୁମାର ପଣ୍ଡା ଧୂଆଁ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନିରୁପମା ନାୟକ ଓ ଗୀତାଞ୍ଜଳି ମହାରଣାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଦିପ୍ତୀ ମହାନ୍ତି, ସୁଭାଷିନୀ ସାହୁ, ସ୍ନେହପ୍ରିୟ ବଳ, ପ୍ରିୟାଂଶୀ ନାୟକ ଓ ନିରୁପମା ନାୟକ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଭାପତି ଶ୍ରୀ ସାବତ ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ସୁବାସ ମହାପାତ୍ର, ଡ. ସୁମନ ଦତ୍ତ, ବିଭୁଦତ୍ତ ବେହେରା, ବିଦ୍ୟୁତ ପ୍ରଭା ସାବତ, ପ୍ରିୟା ପାତ୍ର, ପ୍ରଭାସିନୀ ଦାଶ, ତାପସ ସାହୁ, ନିରୁପମା ଚାନ୍ଦ, ବଳରାମ ଦାଶ, ରାଜୀବ ପାଣି, ଅଶୋକ କୁମାର ପଟ୍ଟନାୟକ, କମଳ ଆଚାର୍ଯ୍ୟ, ପୀତବାସ ପ୍ରଧାନ, ପ୍ରିୟଙ୍କା ନାୟକ, ଭୁବନେଶ୍ୱରୀ ମହାପାତ୍ର, ନାରାୟଣ ଖଣ୍ଡେଲୱ।ଲ, ଶିବପ୍ରସାଦ ସାହୁ, ରମେଶ ଚନ୍ଦ୍ର ସାହୁ, ରବିନ୍ଦ୍ର ନାୟକ, ସୁନିଲ ମହାନ୍ତି, ମନୋରଞ୍ଜନ ମଣ୍ଡଳ, ପ୍ରକାଶ ଚନ୍ଦ୍ର ପାଢୀ, ଶରତ ଚନ୍ଦ୍ର ରାଉତ, ଗୌତମ ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ସଞ୍ଜୀବ ଭୋଇ, କୁଞ୍ଜବିହାରୀ ରାଉତ, ଶେଖ ରେହେମାନ, ସନୋବର ପରବିନ୍ ପ୍ରମୁଖ ଉପସ୍ଥିତ ଥିଲେ ।