pakka

ଅସଦାଚରଣ ଅଭିଯୋଗରେ ଏଭିନିୟୁ ଇଭେଣ୍ଟର ମାଲିକ ଗିରଫ

bbehera

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଯୁବତୀଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିବା ଅଭିଯୋଗରେ ନୟାପଲ୍ଳୀ ଥାନା ପୁଲିସ୍‌ ସେଭେନ୍‌ ଏଭିନିୟୁ ଇଭେଣ୍ଟ ମାଲିକ ଆଶୁତୋଷ ପଣ୍ଡାଙ୍କୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ଆଶୁତୋଷ ପଣ୍ଡାଙ୍କ ଅଫିସ୍‌ରେ କାମ କରୁଥିବା ଜଣେ ଯୁବତୀଙ୍କୁ ସେ ଅସଦାଚରଣ କରିବା ସହ ମାଡ଼ ମାରିଥିବା ନେଇ ଗତକାଲି ନୟାପଲ୍ଳୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତ ଆଶୁତୋଷକୁ ଉଠାଇ ଆଣିଥିଲା । ପୋଲିସ ଜାଞ୍ଚ କରି ଜାଣିବାକୁ ପାଇଲା ଯେ, ସେ ଆଗରୁ ମଧ୍ୟ ଅନେକ ଯୁବତୀଙ୍କ ସହ ଏମିତି କରିଥିବା ବେଳେ ଲୋକ ଲଜ୍ଜା ଭୟରେ କେହି ଏତଲା ଦେବାକୁ ସାହସ କରୁ ନ ଥିଲେ । ଏନେଇ ଜୋନ୍‌ ଏସିପି କାବୁଲି ଶତପଥୀ କହିଛନ୍ତି ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଛି ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

jay balangir
Leave A Reply

Your email address will not be published.

seventeen − 15 =