jayashree

ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କୁ ଲକ୍ଷେ ବେଲପତ୍ର ଅର୍ପଣ କାର୍ଯ୍ୟକ୍ରମର ପୂର୍ଣ୍ଣାହୂତି ଉତ୍ସବ ଅନୁଷ୍ଠିତ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ଆରାଧ୍ୟ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ନିକଟରେ ଲକ୍ଷେ ବେଲପତ୍ର ଲାଗି କାର୍ଯ୍ୟକ୍ରମର ପୂର୍ଣ୍ଣାହୂତି ଉତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ସହରର ବରିଷ୍ଠ ବ୍ରାହ୍ମଣ ସମାଜ ପକ୍ଷରୁ ଗତ ୭ ଦିନ ଧରି ଆୟୋଜିତ ଏହି ଆଧାତ୍ମିକ କାର୍ଯ୍ୟକ୍ରମର ପୂର୍ଣ୍ଣାହୂତି ଉତ୍ସବରେ ମନ୍ଦିର ପରିସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବ୍ରାହ୍ମଣ ସମାଜର ମୁଖ୍ୟ ପୁରୋଧା ଭାବେ ପଣ୍ଡିତ ବାସୁଦେବ ମିଶ୍ର ସୂଚାରୁ ରୂପେ ଦାୟୀତ୍ୱ ତୁଲାଇଥିବା ବେଳେ ଶିବ ପ୍ରସାଦ ଷଡଙ୍ଗୀ, ଦୁର୍ଗା ମାଧବ ଦାଶ, ପ୍ରମୋଦ ରଥ, ନୃସିଂହ ଚରଣ ରଥ, ପ୍ରଫୁଲ୍ଲ ପରୀକ୍ଷାଙ୍କ ସମେତ ମନ୍ଦିରର ପୂଜକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ଗତ ୭ ଦିନ ମଧ୍ୟରେ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କୁ ୧ ଲକ୍ଷରୁ ଅଧିକ ବେଲପତ୍ର ଅର୍ପଣ କରାଯାଇଥିବା ଜଣାପଡିଛି । ଅନ୍ତିମ ଦିବସରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁ, ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.