csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ କେବଳ ବୃକ୍ଷରୋପଣ ଦ୍ୱାରା ହିଁ ପରିବେଶକୁ ସଜାଡି ହେବ । ତେଣୁ ବୃକ୍ଷକୁ ସମ୍ମାନ ଜଣାଇ ତାହାର ଯତ୍ନ ନେବା ସମସ୍ତଙ୍କର କାମ । ଏହାକୁ ଆଖି ଆଗରେ ରଖି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଗଙ୍ଗାଧର ଶର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲାୟନ୍ସ କ୍ଲବ ଦ୍ଵାରା ପରିଚାଳିତ ବୃଦ୍ଧ।ଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କ୍ଲବର ବରିଷ୍ଠ ସଦସ୍ୟ ତଥା ପିଏମ୍‌ସିସି ସଞ୍ଜୟ କୁମାର ସାହୁ, ପିଡିଜି ଯମୁନା ପ୍ରସାଦ ଗୋୟଲ, ପୂର୍ବତନ ସଭାପତି ରତ୍ନାକର ସାହୁ, ଦୀପକ ପୃଷ୍ଟି, ଲିଙ୍ଗରାଜ ସାହୁ, ସନ୍ତୋଷ ମହାନ୍ତି, କ୍ଲବ ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କୋଷାଧ୍ୟକ୍ଷ ସଜ୍ଜନ କମାନି, ଲାୟନ ଅଜିତ ଚାନ୍ଦ ପାତ୍ର, ପଙ୍କଜ ନାମଦେବ, ଆନନ୍ଦ ଜୈନ, ଆକାଶ ଜୈନ, କ୍ଲବର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ଶର୍ମା, ମହିଳା ସଦସ୍ୟା ଶ୍ରୀମତୀ ସ୍ଵାତୀ ଗୋୟଲ, ଲଳିତା ଲାଠ, ମିନାକ୍ଷୀ ସାହୁ, ବବିତା ଶର୍ମା, ଗାୟତ୍ରୀ ଜୈନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜେ ବୃକ୍ଷରୋପଣ କରିଥିଲେ । ଆଗାମୀ ଦିନରେ କ୍ଲବ ସଦସ୍ୟଙ୍କ ଦ୍ୱାରା ନିଜ ପରିବାର ସଦସ୍ୟଙ୍କର ଜନ୍ମଦିନ, ବିବାହ ବାର୍ଷିକୀରେ ନିଜେ ନିଜ ଘରେ ବୃକ୍ଷରୋପଣ କରିବା ବୋଲି କହିଥିଲେ ।

jayashree
Leave A Reply

Your email address will not be published.