କୃଷି ଓ କୃଷକର ଉନ୍ନତି କଳ୍ପେ ସଚେତନତା କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଯୋଜନା ଅଧୀନରେ ଦଶ ହଜାର କୃଷକ ଉତ୍ପାଦକ ସଂଗଠନ ଓ ତାର ସୁପରିଚାଳନା ତଥା ବିକାଶ ସମ୍ପର୍କରେ ଏକ ସଚେତନତା କର୍ମଶାଳା ସ୍ୱେଚ୍ଛାସେବୀ ସଂଗଠନ ‘ଲାଲ’ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଲାଠିକଟା ବ୍ଲକ ଅନ୍ତର୍ଗତ ଭାଟିଟୋଲ୍ଲା ଅଙ୍ଗନୱାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ମହିଳା କର୍ମୀ ଓ ମିଶନ ଶକ୍ତିର କର୍ମକର୍ତ୍ତା ଯୋଗ ଦେଇ କୃଷକ ଉତ୍ପାଦକ ସଂଗଠନ ଗଠନରେ ମହିଳାମାନଙ୍କ ଭୂମିକା, ଉନ୍ନତମାନର କୃଷି ଉପକରଣ, ରାସାୟନିକ ସାର ଓ କୀଟନାଶକ ଔଷଧ ତଥା କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟରେ ବିକ୍ରୀର ଫାଇଦା ଉଠାଇବା ପାଇଁ ମହିଳାଙ୍କ ଦ୍ୱାରା କୃଷକ ଉତ୍ପାଦନ ସଂଗଠନ ଗଠନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଏହି ବୈଠରେ ମତପ୍ରକାଶ ପାଇଥିଲା । ମିଶନ ଶକ୍ତିର ସ୍ଥାନୀୟ ସଭାପତି ନିରୁପମା ସ୍ୱାଇଁ କହିଲେ ଯେ, ମହିଳାମାନେ ସ୍ୱାବଲମ୍ବୀ ନହେଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ । ଏଣୁ ପ୍ରତ୍ୟେକ ମହିଳା ଚାଷ ଆଦି କାର୍ଯ୍ୟରେ ନିଜକୁ ସାମିଲ କରି ଏହାର ଲାଭ ଉଠାଇବାକୁ ସେ ସମସ୍ତ ମହିଳାଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ବାସନ୍ତୀ ପଶାୟତ, ନାରୀନେତ୍ରୀ କାନ୍ତା ଏକ୍କା, ଶୁକମଣି ଦେଇ, ନୀଳିମା କାନ୍ଦୁଲନା, ରୀନା ଟପ୍ପୋ, ସୁନେଲି ସଂଯୁକ୍ତା ସୁଦି, କୁନ୍ତୀ ପାତ୍ର, ହୀରାମତି ଟପ୍ପୋ, ଆଶା ଟପ୍ପୋ, ସାଲିମ ଲାକ୍ରା, ମମତା ଧଳ ଓ ଚିନ୍ମୟୀ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇ ମହିଳା କୃଷକମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ ପରିଡା ମହିଳା କୃଷକ ସଂଗଠନରେ ମହିଳାମାନେ ଯୋଗଦେଇ ନିଜର ଆର୍ଥିକ ଅବସ୍ଥା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

3 − 2 =

error: Content is protected !!