ପରିବାର ନିୟୋଜନ ଅସ୍ତ୍ରୋପଚାର ଫେଲ ମାରିଥିବା ଅଭିଯୋଗ : ପୁଣି କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

ପାଟଣାଗଡ, (ଗୋରେଖନାଥ ବରିହା) : ସରକାର ପରିବାର ନିୟୋଜନ କରିବା ପାଇଁ ପ୍ରୟାସ କରିଥିବା ବେଳେ ୪ଟି ସନ୍ତାନ ସନ୍ତତିର ପରିବାର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବିଫଳ ହୋଇ ପୁଣି କନ୍ୟା ସନ୍ତାନର ଜନନୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ ବ୍ଲକ ଉଲବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମକାନି ଗ୍ରାମର ଝିଲି ଘଡେଇ(୩୭) ସ୍ଵାମୀ ସନ୍ତୋଷ ଘଡେଇ (୪୦)ଙ୍କ ଗତ ତା ୮/୯/୨୦୨୧ ଦିନ ଘସିଏନ ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା । ସ୍ଵାସ୍ଥକର୍ମୀ ଅସ୍ତ୍ରୋପଚାର ପାଇଁ ପ୍ରବର୍ତ୍ତାଇ ଥିଲେ ଏବଂ ଝିଲି ଓ ତାଙ୍କ ସ୍ଵାମୀ ସନ୍ତୋଷଙ୍କ ସହମତିରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଥିଲା । ହେଲେ କିଛି ମାସ ଗଲା ପରେ ସଂପୃକ୍ତ ମହିଳା ଜଣକ ଗର୍ଭଧାରଣ କରିଥିବା ପ୍ରାଥମିକ ଚିକିତ୍ସାରୁ ଜାଣିବାକୁ ପାଇଥିଲେ । ଏ ବାବଦରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ଆଜି ଆସ କାଲି ଆସ ବୋଲି ସମୟ ଗଡ଼ାଇ ଚାଲିଥିଲେ । ଏହା ମଧ୍ୟରେ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଝିଲିଙ୍କ ୩ଟି ଝିଅ ସ୍ୱାଗତିକା ଘଡେଇ, ସ୍ଵାତି ଘଡେଇ, ଲକ୍ଷ୍ମୀ ଘଡେଇ ଓ ପୁଅ ରୁଦ୍ର ଘଡେଇ ମିଶି ୪ଟି ସନ୍ତାନ ଥିବା ବେଳେ ପୁଣି ଏକ କନ୍ୟା ସନ୍ତାନ ସୃଷ୍ଟିଙ୍କୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ଏହି ଗରିବ ଦମ୍ପତି ବଡ଼ ଚିନ୍ତାରେ ପଡିଛନ୍ତି । ଝିଲିଙ୍କ ସ୍ୱାମୀ ଜଣେ ମଟର ସାଇକେଲ ମେକାନିକ ଭାବେ କାମ କରନ୍ତି । ସେଥିରେ ଯାହା ପାଆନ୍ତି ବହୁ କଷ୍ଟରେ ନିଜ ପରିବାର କଷ୍ଟେମଷ୍ଟେ ପୋଷନ୍ତି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ତେଣ୍ଡାପଦର ଗ୍ରାମରେ ଏକ ଭଡ଼ା ଘରେ ରହୁଛନ୍ତି । ଏନେଇ ଘସିଏନ୍‌ ଡ. ସୂର୍ୟ୍ୟମଣି ମେହେରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଲାଗିନଥିଲା । ଅପର ପକ୍ଷେ ଏନେଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଚିକିତ୍ସାଅଧିକାରୀ ଡ଼ ପିତବାସ ସାଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ମୋବାଇ ନମ୍ବରଟି ସୁଇଜ ଅଫ୍ ରହିଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଭାଗୀୟ ପଦାଧିକାରୀ ଏବଂ ଜିଲ୍ଲାପାଳ ଘଟଣାର ତଦନ୍ତ କରି ନିରହ ପଡିତା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

four + 9 =