jsm

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବିଶିଷ୍ଟ ନାଟ୍ୟକାର, ଶିକ୍ଷାବିତ, ନିର୍ଦ୍ଦେଶକ ତଥା ଜାତୀୟ ପୁରଷ୍କାରପ୍ରାପ୍ତ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ସମିତିର ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜଗଦାନନ୍ଦ ମିଶ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସ୍ୱାଗତ ସହ ସମିତିର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ପାଦକ ପ୍ରାଧ୍ୟାପକ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସମାନ୍ନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଯୋଗଦାନ କରି ମା’ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଥିଲେ । ପରେ ଶ୍ରୀମତୀ କାମିନୀ ଦାଶ ଓ ଦୀପମ-ଜ୍ୟୋତି ଗାନ ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ସୁଶ୍ରୀ ମୁଗ୍ଧା ଦାଶ ଏକ ହିନ୍ଦୀ ଭଜନ ପରିବେଷଣ କରିଥିଲେ । ଅରବିନ୍ଦ ଗୁପ୍ତା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବଙ୍ଗତ କଳାକାରମାନଙ୍କ ପାଇଁ ଏକ ମିନିଟ ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଚୂଡାମଣି ରଥ ବୁଦ୍ଧଦେବ ପ୍ରଧାନଙ୍କ କଳା ପ୍ରତି ସମର୍ପଣ ଭାବକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥଲେ । ବରଗଡ ଜିଲ୍ଲାର ବରିଷ୍ଠ ତଥା ବିଶିଷ୍ଟ ତିନୋଟି କଳାକାର ଅଲେଖ ସାହୁ ସଂଚାର ବାଦକ (ତାଳମେଣ୍ଡା), ଆଖଣ୍ଡଳ ସାହୁ ମଞ୍ଚ କଳାକାର (ଜଟଲା) ଏବଂ ଗାନ୍ଧୀ ବାରିକ ନୃତ୍ୟ ଶିଳ୍ପୀ ତଥା ନିର୍ଦ୍ଦେଶକ (ରେମତା)ଙ୍କୁ ‘ବୁଦ୍ଧଦେବ ପ୍ରଧାନ କଳା ସାଧକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ମାନପାତ୍ର ପଠନ କରିଥିଲେ ନବକୃଷ୍ଣ ମିଶ୍ର । ସମ୍ମାନିତ କଳାକାରମାନେ ନିଜ ନିଜ କଳାକୃତି ପ୍ରଦର୍ଶନ କରିଥିଲେ । ବୁଦ୍ଧ ଦେବ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କନକ ପ୍ରଧାନଙ୍କୁ ସମିତି ତରଫରୁ ସମ୍ମାନିତ କରାଯାଇଥିଲା । ମଞ୍ଚାସୀନ ଅତିଥିମାନେ ସ୍ୱ. ବୁଦ୍ଧଦେବ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରଗଡ ମହିଳା ସମିତି ସହ ଅନେକ ସମାଜିକ ଅନୁଷ୍ଠାନ ଯୋଗଦାନ କରିଥିଲେ । ସମିତିର ସଦସ୍ୟ କମଳ ଯୋଶୀ, ବିନୋଦ ସାହୁ, ଶ୍ରୀମତୀ ମନୋରମା ଷଡ଼ଙ୍ଗୀ, ବାଳକୃଷ୍ଣ ମିଶ୍ର, ନୀଳାମ୍ବର ମେହେର, ରାମକୃଷ୍ଣ ଠାକୁର, ଅଭିମନ୍ୟୁ ଭୋସଗାର, କୁଶ ଭୁଇଆଁ, ସୁନୀଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସମିତିର ଉପଦେଷ୍ଟା ସନ୍ତୋଷ ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ବନ୍ଦେ ମାତରମ ଗାନ ସହ ସଭା ସମାପ୍ତ ହୋଇଥିଲା ।

yuvodaya
Leave A Reply

Your email address will not be published.