pakka

ଓମ୍ ଏଗ୍ରୋ ବାୟୋଟେକ୍ ଲିମିଟେଡର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • ବଲାଙ୍ଗିରରୁ ଅକ୍ଷୟ, ବଟକୃଷ୍ଣ, ବରୁଣ ଓ ପ୍ରଶାନ୍ତ ଶ୍ରେଷ୍ଠ ଭାବେ ପୁରସ୍କୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଓମ୍ ଏଗ୍ରୋ ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡର ୧୪ତମ ଜନ୍ମ ବାର୍ଷିକ ଉତ୍ସବ ପୁରୀ ସ୍ଥିତ ବିଜୟ ଇଣ୍ଟର ନ୍ୟାସନାଲ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳକ ନିର୍ଦ୍ଦେଶକ ମୁକେଶ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଓଡ଼ିଆ ସିନେମା ଅଭିନେତ୍ରୀ ଶିବାନୀ ମୁଖ୍ୟ ଅତିଥି, ପରିଚାଳକ ରଞ୍ଜନ ମହାନ୍ତି, ବିବେକାନନ୍ଦ ମଲ୍ଲିକ, ବରିଷ୍ଠ ଆଇନଜୀବୀ ଶ୍ରୀ ବରାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜୈବସାର ପ୍ରଯୋଗ କରି ଚାଷୀମାନେ ଆହୁରି ଲାଭବାନ ହୋଇପାରିବା ସହ ଓମ୍ ଏଗ୍ରୋ ବାୟୋଟେକ୍‌ ଲିମିଟେଡ କମ୍ପାନୀ ଜୈବିକ ସାର ବ୍ୟବହାର କରିବା ଔଷଧର ଚାହିଦା ଅଧିକ ଚାଷୀମାନେ ବ୍ୟବହାର ପାଇଁ ଆଗ୍ରହ କରିବେ କିପରି ସେନେଇ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାରଖଣ୍ଡ ଆଦି ରାଜ୍ୟର ସମସ୍ତ ମ୍ୟାନେଜରମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଓମ୍ ଏଗ୍ରୋ ପ୍ରାଇଭେଟ ଲିମିଟେଡ କମ୍ପାନୀର ଜୈବିକ ସାର ବ୍ୟବହାର କରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଚାଷୀ ଭାଇମାନେ ସଫଲ ହୋଇଥିବାରୁ ଜୈବିକ ସାର ଯୋଗାଉଥିବା ହେତୁ ଫିଲ୍ଡ ୱାର୍କର ଅକ୍ଷୟ ଧରୁଆ, ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଶାଖା ପରିଚାଳକ ବରୁଣ କୁମାର ବେହେରା, ଉପଶାଖା ପରିଚାଳକ ବଟକୃଷ୍ଣ ନାୟକ, ଶାଖା ପରିଚାଳକ ପ୍ରଶାନ୍ତ ପ୍ରଧାନଙ୍କୁ ଶ୍ରେଷ୍ଠ ଭାବରେ ପୁରସ୍କାର ପ୍ରଦାନ ସହ ମୁଖ୍ୟ ଅତିଥି ଶିବାନୀ ସମ୍ବର୍ଦ୍ଧିତ କରିଥିଲେ । ନିର୍ଦ୍ଦେଶକ ମୁକେଶ ପ୍ରସାଦ ସଭା ପରିଚାଳନା କରିଥିବା ବେଳେ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରାଥିଲେ ।

Leave A Reply

Your email address will not be published.

3 × 4 =