pakka

ଗର୍ଜନ ବିସ୍ଥାପିତ ଗ୍ରାମବାସୀଙ୍କୁ ଦିଆଯାଇଥିବା ଖୁଜେନପାଲି ଗ୍ରାମରେ ବାସଗୃହ ନିମାର୍ଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁଜେନପାଲି ମୌଜା ଅନ୍ତର୍ଗତ ଆନନ୍ଦ ନିକେତନ ପାଖରେ ଗର୍ଜନ ଗ୍ରାମବାସୀଙ୍କ ପାଇଁ ଥଇଥାନ କଲୋନୀ ନିମନ୍ତେ ପଟ୍ଟାବଣ୍ଟନ କରାଯାଇଥିଲା । ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଅଧିନରେ ପ୍ରାୟ ୪୦୦ଟି ପରିବାରଙ୍କୁ ବାସଗୃହ ନିର୍ମାଣ ପାଇଁ ପ୍ଲଟ ଆବଣ୍ଟନ କରାଯାଇଛି । ଗର୍ଜନ ଗ୍ରାମର ସମସ୍ତ ପରିବାରର ସମସ୍ତ କ୍ଷତି ପୂରଣ ସହିତ ଘର ଡିହ ପାଇ ସାରିଥିବାରୁ ଆଜି ଗ୍ରାମବାସୀଙ୍କ ଦ୍ୱାରା ନିଜ ନିଜର ବାସଗୃହ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍‌ ତଥା ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମାହାପାତ୍ର, ସମ୍ମାନିତ ଅତିଥି ଭାବେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ନିରଞ୍ଜନ ରାଉତ, ଅଧିକ୍ଷଣ ଯନ୍ତ୍ରୀ ଇଂ ଜିନେନ୍ଦୁ ପାଣିଗ୍ରାହୀ, ନାଏବ ସରପଞ୍ଚ ଶାନ୍ତିଲତା ମିଶ୍ର ପ୍ରମୁଖ ଯୋଗଦାନ କରି ନଡିଆ ଭାଙ୍ଗି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ । ଅତିଥି ବୃନ୍ଦ ବାସଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ଗର୍ଜନ ଗ୍ରାମ ଛାଡିବାକୁ ପରାମର୍ଶ ଦେବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ଓ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଗ୍ରାମବାସୀଙ୍କ ତରଫରୁ ଜୟସିଂ ପଧାନ, ନିମାଇଁ ଚରଣ ମିଶ୍ର ବକ୍ତବ୍ୟ ରଖି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିରେ କାହ୍ନୁଚରଣ ମିଶ୍ର ଓ ଶାନ୍ତନୁ କୁମାର ମିଶ୍ର ପୂଜକ କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗର୍ଜନ ଗ୍ରାମର ପ୍ରାୟ ୨୦୦ ପରିବାରର ପୁରୁଷ ଓ ମହିଳା ଯୋଗଦାନ କରିଥିଲେ । କେଶବ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ନୃପରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

two × 2 =