om academy

ମୋ’ ସ୍କୁଲ ଅଭିଯାନର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

କଂଟାବାଂଜି, (ମନୀଶ କୁମାର ହଂସ) : ସରକାରଙ୍କ ମୋ ସ୍କୁଲ ଅଭିଯାନ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଅନେକ ବିଦ୍ୟାଳୟରେ ଏହା କାର୍ୟ୍ୟକାରୀ ହୋଇ ପାରିନାହିଁ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟମାନଙ୍କରେ ପଢି ସାରିଥିବା ପୁରୁଣା ଛାତ୍ରଛାତ୍ରୀ ତଥା ବଦାନ୍ୟ ଶିକ୍ଷାପ୍ରେମୀମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ନେଇ ସଞ୍ଚୟ ଖାତାରେ ଜମା କଲେ ସରକାରଙ୍କ ଠାରୁ ଦୁଇ ଗୁଣ ଅର୍ଥ ମିଳିବ, ଯାହାକି ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ଦିଗରେ ଖର୍ଚ୍ଚ କରାଯିବ। ଦୀର୍ଘ ମାସ ଧରି କରୋନା ପାଇଁ ବିଦ୍ୟାଳୟ ଗଡିକ ବନ୍ଦ ଥିବାରୁ ଏହି କାର୍ୟ୍ୟକ୍ରମଟି ତ୍ୱରାନ୍ୱିତ ହୋଇ ପାରିନାହିଁ । ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜୀ ଏନଏସିର ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କରୋନା ନିୟମାବଳୀକୁ ମାନି ଅନୁଷ୍ଠିତ ସଭାରେ ସୁରେନ୍ଦ୍ର କୁମାର ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି, ରଘୁନାଥ ମହରା, ଏବିଇଓ ଓ ବିଭୁଦତ୍ତ ସାହୁ, ଶିକ୍ଷକ ଉପସ୍ଥିତ ଥିଲେ । ଶ୍ରୀ ସାହୁ ସଭା ପରିଚାଳନା କରିଥିଲେ ଓ କ୍ରିଷ୍ଣାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଅଭିଯାନଟିକୁ ସଫଳ କରିବାକୁ ପ୍ରତିଶୃତି ଦେଇଥିଲେ । ବ୍ରଜମୋହନ ମିଶ୍ର, ବିରଞ୍ଚି ନାରାୟଣ ଦାଶ, ରାଜ କିଶୋର ମେହେର, ଲକ୍ଷ୍ମଣ ସୁନା, ବିକାଶ ବର୍ଗେ, ବିବେକା ରାଏ, ଶମ୍ଭୁଚରଣ ବିଶି, ଅମରେନ୍ଦ୍ର ବାଗ ଆଦି ଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.