om academy

ଶିରାବାହାଲ-ବାଞ୍ଜିପାଲି ରାସ୍ତାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ : ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ : ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ଶବ ଜବତ କଲା ପୁଲିସ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅର୍ନ୍ତଗତ ଶିରାବାହାଲ-ବାଞ୍ଜିପାଲି ରାସ୍ତାର ବ୍ରାହ୍ମଣୀପାଲି ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣା ସ୍ଥ‌ଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗାଁର ଲୋକେ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରି ମୃତ ଶବକୁ ରଖି ଶିରାବାହାଲ-ବାଞ୍ଜିପାଲି ରାସ୍ତାକୁ ଅବରୋଧ କରିଥିଲେ । ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଟ୍ରାକ୍ଟର ଓ ଶବକୁ ଜବତ କରିଛି । ମିଳିଥିବା ସୁଚନା ଅନୁସାରେ ଉଡ଼ାର ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁର କର୍ଣ୍ଣ ଘିଭେଲା, (ପିତା ଲଲିତ ଘିଭେଲା) ଶୁକ୍ରବାର ସନ୍ଧ୍ୟା ସମୟରେ ନିଜର ସାଙ୍ଗସାଥୀଙ୍କ ସହ ବାଞ୍ଜିପାଲି–ଶିରାବହାଲ ରାସ୍ତାରେ ବୁଲାବୁଲି ପାଇଁ ଆସିଥିଲେ । କିନ୍ତୁ ବାଞ୍ଜିପାଲି ପଟରୁ ଦୃତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ କର୍ଣ୍ଣ ଘିଭେଲାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

Leave A Reply

Your email address will not be published.