pakka

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସଂଧ୍ୟାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଂଘ ଚାଳକ ପ୍ରଭାକର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରିବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଙ୍ଗଠନ ମନ୍ତ୍ରୀ, ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ଦିବାକର ଘୋଷ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସମଗ୍ର ଭାରତ ବର୍ଷରେ ସରସ୍ୱତୀ ଶିଶୁ ମନ୍ଦିରର ଶୈକ୍ଷକ ବାତାବରଣ ଓ ତାହାର ସଂକଳ୍ପ ପ୍ରସଙ୍ଗରେ ସୁଦୀର୍ଘ ଭାଷଣ ଦେଇଥିଲେ । ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ସମ୍ପାଦକ ଡମ୍ବରୁଧର କର୍ମୀ ଓ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । ଏହାସହିତ ଶିକ୍ଷା ବିକାଶ ସମିତି ଓଡିଶାର ଦୁଇ ଜଣ ପୂର୍ଣ୍ଣ କାଳୀନ କାର୍ଯ୍ୟ କର୍ତ୍ତା ମନ ରଞ୍ଜନ କର ଓ ଗୁପ୍ତେଶ୍ୱର ଥନାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ସଫଳ କ୍ରୀୟନ୍ଵୟ ହୋଇପାରିବ ମାର୍ଗଦର୍ଶନ କରି ଆସୁଥିଲେ । ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ସମ୍ପାଦକ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ପଙ୍କଜ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତି ଭାଇଭଉଣୀମାନେ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପରିଚାଳନା ସମିତିର ସଦସ୍ୟା ଝୁମି ରାଣୀ ମିଶ୍ର ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

6 − 2 =