pakka

ଓଭର୍‌ବ୍ରିଜ୍‌ ତଳକୁ ଖସିପଡ଼ିଲା ବସ୍‌ : ୫ ମୃତ, ୩୦ରୁ ଅଧିକ ଆହତ

bbehera

କଟକ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଓଭର୍‌ବ୍ରିଜ୍‌ ତଳକୁ ଗତ ରାତିରେ ଏକ ବସ୍‌ ଖସି ପଡ଼ିଥିବା ବେଳେ ସେଥିରେ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ବସ୍‌ ଉଠାଇବାକୁ ତୁରନ୍ତ କ୍ରେନ୍‌ ପହଂଚିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇ ସାରିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ ଆହୁରି ତ୍ୱରାନ୍ୱିତ କରିଥିଲେ । ବସ୍‌ ଦୁର୍ଘଟଣାରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କ ଉପଯୁକ୍ତ ଚିକିତ୍ସା ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କାଳିଆନନା ବସ୍‌ ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଛି ।

Leave A Reply

Your email address will not be published.

3 × one =