pakka

ରାଜନୀତି ବିଜ୍ଞାନ ବିଭାଗରେ ଆମ୍ବେଦକର ଜୟନ୍ତୀ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ରାଜନୀତି ବିଜ୍ଞାନ ବିଭାଗ ଓ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ସମ୍ବିଧାନର ଜନକ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରାଜେଶ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଆଲୋଚନା ସଭାରେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ ଯୋଗଦେଇ ଆମ୍ବେଦକର ଓ ଗାନ୍ଧୀଙ୍କୁ ନେଇ ଏକ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ । ଆମ୍ବେଦକରଙ୍କ ଦର୍ଶନ ଓ ଜୀବନ ସମ୍ପର୍କରେ ମତ ରଖିଥିଲେ । ସେହିପରି ଅନ୍ୟତମ ବକ୍ତା ପ୍ରଫେସର ଅମୀୟ କୁମାର ପରିଛା ଯୋଗ ଦେଇ ଆମ୍ବେଦକରଙ୍କ ଭାରତ ପାଇଁ ଥିବା ଅବଦାନକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ପ୍ରଫେସର ଶାରଦା ପ୍ରସନ୍ନ ରାଉତ, ସଞ୍ଜୟ ମେହେର ଆମ୍ବେଦକରଙ୍କ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଦେଶର ସମ୍ବିଧାନ ପ୍ରସ୍ତୁତ କରିବାରେ ଆମ୍ବେଦକରଙ୍କ ଭୂମିକା ଅବର୍ଣ୍ଣନୀୟ । ସେଥିପାଇଁ ତାଙ୍କୁ ସମ୍ବିଧାନର ଜନକ ଭାବରେ ଆଖ୍ୟା ଦିଆଯାଇଛି । ଭାରତୀୟ ସମାଜରୁ ଅସମାନତା ଦୂର କରିବାରେ ତାଙ୍କର ଭୂମିକା ତାଙ୍କୁ ଭାରତୀୟଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ଦେଇଛି । ତାଙ୍କ ଅବଦାନକୁ ବର୍ଣ୍ଣନା କଲେ ତାହା ଅବର୍ଣ୍ଣନୀୟ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଲୋକ ପ୍ରଶାସନ ବିଭାଗର ମୁଖ୍ୟ ସଞ୍ଜୟ ମେହେର ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

11 − 6 =

error: Content is protected !!