ମା’ ରାମଚଣ୍ଡୀଙ୍କ ପୀଠରେ ଆୟୋଜିତ ବାସନ୍ତିକ ଦୁର୍ଗା ପୂଜା ମଙ୍ଗଳବାର ଉଦ୍‌ଯାପିତ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରୁ ମାତ୍ର ୭କିମି ଦୂରରେ ଅବସ୍ଥିତ ଗଞ୍ଜାମ ବ୍ଲକର କରପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀଙ୍କ ପୀଠରେ ବାସନ୍ତିକ ଦୁର୍ଗା ପୂଜା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହୋଇଛି । ସେଥିପାଇଁ ଏହି ପୂଣ୍ୟପୀଠ ପରିସର ଚଳଚଞ୍ଚଳ ହୋଇଉଠିଛି । ଅଗଣିତ ଭକ୍ତଜନଙ୍କ ସନ୍ଧ୍ୟା ସମୟରେ ସଂଗଠିତ ଓ ଏକତ୍ରିତ ହୋଇଥାନ୍ତି । ଅଗଣିତ ଭକ୍ତଜନ ଦେବୀ ପୀଠରେ ପହଞ୍ଚି ଦେବୀଙ୍କ ଭଜନ ଜଣାଣ, ସ୍ତୁତି ପାଠ କରି ଆସିଥିବା ସାଂଗକୁ ସନ୍ଧ୍ୟା ଆରତୀ ଦର୍ଶନ କରି ବିଭୂ କୃପା ଲାଭ କରିବା ପାଇଁ ଏଠାରେ ପ୍ରବଳ ସମାଗମ ହୋଇଥାନ୍ତି । କଥିତ ଅଛି ଯେ’ ଦେବୀ ଦଶଭୁଜା ମହାମାୟୀ ଦୁର୍ଗା ନିଜର ତ୍ରିଶୁଳ ଦ୍ଵାରା ମହିଷାର ହୃଦୟ ବଦ୍ଧ କରିଥିବା ସାଂଗକୁ ଖଡ଼ଗ ଦ୍ଵାରା ଶିର ଛେଦନ କରିଥିଲେ । ତେଣୁ ସେହି ସମୟ ଥିଲା, ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ତିଥିର ସନ୍ଦିକ୍ଷଣ ସମୟ । ତେଣୁ ଏହି ତିଥି ବସନ୍ତ ଋତୁରେ ପଡୁଥିବାରୁ ଏହାକୁ ବାସନ୍ତିକ ଦୁର୍ଗା ପୂଜା କୁହାଯାଇଥାଏ । ଏହି ବାସନ୍ତିକ ପୂଜା ପ୍ରମୁଖ ଦେବୀ ପୀଠମାନଙ୍କରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ତେଣୁ ଚଳିତ ବର୍ଷଠାରୁ ଆନୁଷ୍ଠାନିକ ଭାବେ ମା’ ରାମଚଣ୍ଡୀଙ୍କ ପୀଠରେ ବାସନ୍ତିକ ଦୁର୍ଗା ପୂଜା ଯଥାରୀତିରେ ଆରମ୍ଭ ହୋଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଅନୁଷ୍ଠିତ ହୋଇଆସିଛି । ଏହା ମଙ୍ଗଳବାର ପ୍ରଭାତରେ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ଅଗଣିତ ଦଶନାର୍ଥୀ ଭୋଗରାଗ କରାଇ ଦେବୀଙ୍କ ଆଶିଷ ଲାଭ କରି ଭକ୍ତଜନ ଖୁସି ବ୍ୟକ୍ତ କରିଛନ୍ତି । ସନ୍ଧ୍ୟାରେ ସନ୍ଧିପୂଜା ସାରି ଶକ୍ତି ପ୍ରଦାୟିନିଙ୍କ ମା’ଙ୍କ ବସନ୍ତିକ ପୂଜା ପରିସମାପ୍ତି ହେବ ବୋଲି ପୂଜା ସଂସଦର ମୁଖ୍ୟ ସଂଯୋଜକ କମଲ କୁମାର ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.

10 + 2 =

error: Content is protected !!