csstore

ଭଇଁରୀଗୁଭା ଗ୍ରାମରେ ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଭଇଁରୀଗୁଭା ଗ୍ରାମରେ ସୋମବାର ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ନାଗବାଚା ଯାତ୍ରାରେ ପ୍ରଥମେ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶିବ ମନ୍ଦିରଠାରୁ ଆଜି ମଧ୍ୟାହ୍ନରେ ନାଗ ବରଣ କରିଥିଲେ । ଖଟଲି ଧରି ବିରାଟ ଶୋଭାଯାତ୍ରାରେ ବାହାରି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । ମୁଖ୍ୟ ପୂଜକ ମନ୍ମଥ ସାହୁ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଯାତ୍ରାରେ ବଲାଙ୍ଗିର ସମେତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁମାନେ ଆସିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୨୭ ବର୍ଷରୁ ଏହି ଯାତ୍ରା ଜାରି ରହିଥିବା ବେଳେ ଲୋକଙ୍କ ପ୍ରବଳ ଭିଡ ହୋଇଥିବା ପରିଲକ୍ଷିତ ହୋଇଥିଲା । ଏଥିରେ ପୁଝାରୀ ଖୀରସିନ୍ଧୁ ସାହୁ, ନୁରୁ ସାହୁ, ଅକ୍ଷୟ ଥପା, ପରମାନନ୍ଦ ସାହୁ, ମେଘନାଦ ସାହୁ, ଭର୍ତ୍ତ ସାହୁ, କୁଳମଣି ସାହୁ, ମନ୍ମଥ ସାହୁ, ଗୋଲାପ ସାହୁ, ଯୋଗୀନ୍ଦ୍ର ସାହୁ, ଗନ୍ଧର୍ବ ସୁନା, କୁବେର ସାହୁ, ରୋୟଲମାଲ ସାହୁ, ଭକ୍ତବନ୍ଧୁ ସାହୁ, ପୁନି ମାଝୀ, ଦଷମୁ ସାହୁ, ପରାଜୟ ସାହୁ, ପୀତବାସ ସାହୁ, ହୃଦାନନ୍ଦ ଭୋଇ, ଅଇଁଠୁ ସାହୁ, ସୀତାରାମ ସାହୁ, ଉପିନ ଘିଭେଲା, ଅଭି ବାଗ ,ଚିନ୍ତା ସାହୁଙ୍କ ସହ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.