ଚିକିନିବାହାଲି ଗ୍ରାମରୁ ଅଟୋ ସହ ସ୍ଵାମୀ ଘରୁ ଫେରାର : ସ୍ତ୍ରୀଙ୍କ ଥାନାରେ ଏତଲା, ପ୍ରେମ ସମ୍ପର୍କ ଚର୍ଚ୍ଚା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମର ଜଣେ ବ୍ୟକ୍ତି ନିଜର ଅଟୋ ସହ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଏକ ନିଖୋଜ ଏତଲା ଦେଇଥିବା ଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି । ଚିକିନିବାହାଲି ଗ୍ରାମର ଗଙ୍ଗା କୁମ୍ଭାର(୩୫) ନାମ୍ନୀ ଜଣେ ବିବାହିତା ମହିଳା ମୁରିବାହାଲ ଥାନାରେ ଦେଇଥିବା ଏତଲା ମୁତାବକ ତାଙ୍କ ସ୍ଵାମୀ ହିରନ କୁମ୍ଭାର(୩୮) ଗତ ୩ ତାରିଖ ଦିନ ସକାଳ ୮ଘଣ୍ଟା ସମୟରେ ତାଙ୍କ ଘରୁ ନିଜର ଅଟୋ ଓଡ଼ି ୩ ଆର୍‌ ୭୨୦୯ ନେଇ ଟିଟିଲାଗଡ ଯାଇଥିଲେ । କିନ୍ତୁ କିଛି ଦିନ ପରେ ବି ସେ ଆଉ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନାରେ ଏକ ନିଖୋଜ ଏତଲା ଦେଇଛନ୍ତି । ତାଙ୍କ ସ୍ଵାମୀ ଏକ ମୋବାଇଲ ଧରିଥିବା ବେଳେ ଏହାର ନମ୍ବର ମଧ୍ୟ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସ୍ଵାମୀ ଘରୁ ବାହାରି ଆଉ ଘରକୁ ଫେରି ନ ଥିବାରୁ ସ୍ତ୍ରୀଙ୍କ ସହ ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ସ୍ଵାମୀଙ୍କ ନିଖୋଜ ନେଇ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ୪ଟି ସନ୍ତାନ ଥିବା ବେଳେ ପ୍ରେମ ସମ୍ପର୍କରୁ ସ୍ଵାମୀ ଜଣଙ୍କ ଘରୁ ଫେରାର ହୋଇଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

five + 1 =